ଘୋଷଣା ହେଲା ଚାରି ରାଜ୍ୟ, ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ତାରିଖ
1 min read
- ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ
- ବାକି ଅନ୍ୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ
ନୂଆଦିଲ୍ଲୀ,//TATKAL ODISHA//
ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ ସହ କେନ୍ଦ୍ର ଶାସିତ ଅଞ୍ଚଳ ପଡୁଚେରୀର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି ।
ରବିବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍ତି ।
- ଆସାମରେ ଓ କେରଳରେ ୯ ଏପ୍ରିଲ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ ।
- ପଡୁଚେରୀରେ ଏପ୍ରିଲ ୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ମେ ୪ରେ ଭୋଟ ଗଣିତ ହେବ ।
- ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ହେବ ।
- ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ଏପ୍ରିଲ ୨୩ ଓ ୨୯ରେ ହେବ ନିର୍ବାଚନ ।
