ଇପିଏଫଓ-କର୍ମଚାରୀ ପେନସନ ସ୍କିମ (ଇପିଏସ୍) ସୀମା ବାଧ୍ୟତାମୂଳକ : ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
1 min read
ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//
ବେସରକାରୀ କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି I କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଓ କର୍ମଚାରୀ ପେନସନ ସ୍କିମ (ଇପିଏସ୍) ସୀମାକୁ ବାଧ୍ୟତାମୂଳକ ଭାବେ ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି I
ଓଡ଼ିଶା ସମେତ ସାରା ଭାରତରେ ମୋଟ ୫୧ ଲକ୍ଷ ଘରୋଇ କର୍ମଚାରୀ ଲାଭବାନ ହେବେ I କର୍ମଚାରୀମାନେ ବେଶ ଖୁସି ହୋଇଛନ୍ତି I
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବାଧ୍ୟତାମୂଳକ ଭାବେ ଇପିଏଫଓ ସୀମା ବୃଦ୍ଧି ପାଇଁ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି।
“ବେସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ପୂଜା ଭେଟି “: ବୈଷ୍ଣବ

ପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେବା ସହ କହିଛନ୍ତି ଯେ, ଧାର୍ଯ୍ୟ ଇପିଏଫଓ ବେତନ ବୃଦ୍ଧି ଯୋଗୁ ପ୍ରାୟ ୫୧ ଲକ୍ଷ କର୍ମଚାରୀ ଲାଭବାନ ହେବେ।
“ଦୀର୍ଘ ସମୟ ଧରି ବଢ଼ୁଥିବା ବେତନ, ଆୟ ବୃଦ୍ଧି ଏବଂ ସଂଗଠିତ ନିଯୁକ୍ତିର କ୍ରମାଗତ ବିସ୍ତାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି I”
– କେନ୍ଦ୍ର ସରକାରଙ୍କ ଉପରେ ରାଜସ୍ୱ ବୋଝ ୫ ବର୍ଷ ମଧ୍ୟରେ ୫୬,୬୯୬ କୋଟି ଟଙ୍କାକୁ ବୃଦ୍ଧି ହେବ। ବର୍ତ୍ତମାନ ସରକାର ପ୍ରତିବର୍ଷ ପ୍ରାୟ ୧୦,୨୫୦ କୋଟି ଟଙ୍କାର ବଜେଟ ସହାୟତା ଦେଉଛନ୍ତି। ହେଲେ ଏବେ ଏହା ବାଷିର୍କ ୧୧,୩୩୯ କୋଟିରେ ପହଞ୍ଚିବ।
- ବୈଷ୍ଣବ କହିଛନ୍ତି ଯେ, ଇପିଏଫର ୧୫ ହଜାର ଦରମା ସୀମା ୨୦୧୪ ସେପ୍ଟେମ୍ବର ୧ରୁ ବଳବତ୍ତର ରହିଥିଲା I ୧୨ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।
– ଏବେ ଯେଉଁ ସଂଗଠିତ କର୍ମଚାରୀଙ୍କ ଦରମା ୧୫ରୁ ୨୫ ହଜାର ଟଙ୍କା ମଧ୍ୟରେ ରହିଛି, ସେମାନେ ବାଧ୍ୟତାମୂଳକ ଭାବେ ଇପିଏଫ ଓ ଇପିଏସ୍ ଯୋଜନା ମଧ୍ୟରେ ରହିବେ।
– ବର୍ତ୍ତମାନ ମାସିକ ୧୫,୦୦୦ ଟଙ୍କାରୁ ଅଧିକ ବେତନରେ ନୂଆ ଚାକିରିରେ ଯୋଗ ଦେଉଥିବା କର୍ମଚାରୀ ଆପେ ଆପେ ଇପିଏଫ ବ୍ୟବସ୍ଥାରେ ସାମିଲ ହୁଅନ୍ତି ନାହିଁ। ଏଥିଯୋଗୁ ସେମାନେ ବାଧ୍ୟତାମୂଳକ ଭବିଷ୍ୟନିଧି, ପେନ୍ସନ୍ ଓ ଏହା ସହ ଜଡ଼ିତ ବୀମା ସୁବିଧାରୁ ବାହାରେ ରୁହନ୍ତି।
