tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ମହାଳିଙ୍ଗ

1 min read

କେନ୍ଦୁଝର, ଭୁବନେଶ୍ୱର //TATKAL ODISHA//

ମୟୁରଭଞ୍ଜ ଗସ୍ତରେ ଯାଉଥିବା ବେଳେ ଏନ ଏଚ ୪୯ ଜଗମୋହନପୁର ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି I ବଡ଼ ଅଘଟଣରୁ ରକ୍ଷା ପାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ I

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ମନ୍ତ୍ରୀଙ୍କ ଗାଡ଼ି ହଠାତ୍ ବ୍ରେକ ମାରିବାରୁ ପଛରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ଖାଇଥିଲେ।

ଗାଡିର ସମ୍ମୁଖ ଭାଗ କ୍ଷତି ହୋଇଛି I

ବେଲୁନ ବାହାରିବା ଯୋଗୁଁ ଡ୍ରାଇଭରଙ୍କ ସହ ମନ୍ତ୍ରୀ ସୌଭାଗ୍ୟବଶତଃ ସୁରକ୍ଷିତ ରହିଥିବା ବେଳେ କୌଣସି ଗୁରୁତର କ୍ଷତି ହୋଇନାହିଁ।

Share

Leave a Reply