tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦିଲ୍ଲୀପ ରାଉତରାୟ ଏବେ ‘ଡକ୍ଟର ରାଉତରାୟ’

1 min read

Oplus_16908288

  • ଭଦ୍ରକ, ଭୁବନେଶ୍ୱର //TATKAL ODISHA//

ଦିଲ୍ଲୀପ ରାଉତରାୟ I ବରିଷ୍ଠ ପ୍ରଶାନିକ ଅଧିକାରୀ I ଭଦ୍ରକ ଜିଲ୍ଲାପାଳ  ଓ ଜିଲ୍ଲା ମାଜିଷ୍ଟ୍ରେଟ I 

କେବଳ ଏହା ତାଙ୍କ ପରିଚୟ ନୁହେଁ I ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ I 

ଜଣେ ଭଲ ବକ୍ତା, ଭଲ ସେ ଶ୍ରୋତା I ଭଲ ସାହିତ୍ୟିକ, ସେମିତି ଭଲ ପ୍ରାବନ୍ଧିକ I ଆଉ ଭଲ ମଣିଷ I 

ଯେମିତି ଉଦାର, ସେମିତି କଠୋର I ଲୋକଙ୍କୁ ସେ ଭଲ ପାଆନ୍ତି, ଲୋକେ ତାଙ୍କୁ ଅନୁରୂପ ସମ୍ମାନ କରନ୍ତି I କହିବା ଓ କରିବା ଭିତରେ ସେ କେବେ ଫରକ ରଖି ନାହାନ୍ତି I 

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ-ଇତିହାସରେ ଟପ୍ପର ହୋଇଥିବା ଦିଲ୍ଲୀପ ରାଉତରାୟ ଏବେ ସେଇ ଇତିହାସରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି I ତେଣୁ ସେ ଏବେ  ‘ଡ଼କ୍ଟର’ ରାଉତରାୟ I

  ଚାଷୀ ବେଶରେ ମଣ୍ଡି ଯାଇ ସେ ‘କଟନୀ ଛଟନୀ’ ଧରିଥିଲେ। ଦୋଷୀଙ୍କୁ ସେଇଠି ହିଁ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରିଥିଲେ ।  

‘ପ୍ରଶାସକ ଦାୟିତ୍ୱ ଗ୍ରହଣ କରିବ, ପୁରସ୍କାର ଆଶା କରିବ ନାହିଁ” – ଏହା ତାଙ୍କ ମୂଳମନ୍ତ୍ର। 

  • ସବୁ ପରିସ୍ଥିତିରେ ଅନୁକୂଳନଶୀଳ। ସରକାରୀ ଗାଡି ଛାଡି ସାଇକେଲରେ କାର୍ଯ୍ୟାଳୟ ଯାଇ ଫିଟ୍ ଇଣ୍ଡିଆ ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଥିବା ଦିଲ୍ଲୀପ ବାବୁଙ୍କ ଜୀବନ ମନ୍ତ୍ର ହେଉଛି : “Stopping stones into stepping stones” ଅର୍ଥାତ – ପ୍ରତିକୂଳତାକୁ ପାହାଚ କରିବା ତାଙ୍କ ଦର୍ଶନ।

ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଇତିହାସରେ ଟପ୍ପର ହୋଇଥିବା ଦିଲ୍ଲୀପ ରାଉତରାୟ ଏବେ ସେଇ ଇତିହାସରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି I ତେଣୁ ସେ ଏବେ  ‘ଡ଼କ୍ଟର’ ରାଉତରାୟ I

Tatkal odisha ପକ୍ଷରୁ ଦିଲ୍ଲୀପ ବାବୁଙ୍କୁ ଶୁଭେଚ୍ଛା .. ଅଭିନନ୍ଦନ…

Share

Leave a Reply