tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବାଲି ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବରେ ଦମନ କର

1 min read

  • ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,/TATKAL ODISHA//
ରାଜ୍ୟରେ ଯେରି ନକ୍ସଲ ଅପରାଧକୁ ଦମନ କରାଯାଇଛି, ସେହିପରି ବାଲି ମାିଆମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦମନ କର। ଗୁରୁବାର ପୋଲିସ୍ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଯେ’କୌଣସି ସ୍ଥାନରେ ଅପରାଧୀକ ତତ୍ତ୍ୱ ବିରୁଦ୍ଧରେ ପୋଲିସ ଆଇନ ଅନୁଯାୟୀ ଆଗୁଆ ପଦକ୍ଷେପ ନେଇ ଅପରାଧ ସମ୍ଭାବନାକୁ କମ୍ କରିବାକୁ ହେବ।

ସେହିପରି ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ସହ ଅପରାଧୀମାନଙ୍କ ମଧ୍ୟରେ ଭୟ ସଞ୍ଚାର କରି ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ଭଳି ପରିଚୟ ସୃଷ୍ଟି କରୁ ରାଜ୍ୟ ପୋଲିସ୍‌। ଏଥିସହ କ୍ରାଇମ୍ ମ୍ୟାପିଙ୍ଗ୍‌, ଗୁଇନ୍ଦା ତଥ୍ୟ ଆଗୁଆ ହାସଲ ସହ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରିବା ଉପରେ ଅଧିକ ୋକସ୍ ଦିଆଯାଉ। ଏହାଦ୍ୱାରା ୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ।

Share

Leave a Reply