ଆନନ୍ଦପୁର ବ୍ୟାରେଜ୍ ଜଳବଣ୍ଟନ:୩୬୯. ୭୭ କୋଟି ତିନିି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ
1 min read
ଭୁବନେଶ୍ୱର,//TATKAL ODISHA//
ବୈତରଣୀ ନଦୀ ଉପରେ ହୋଇଥିବା ଆନନ୍ଦପୁର ବ୍ୟାରେଜ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ୱାରା କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି।
- ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମନ୍ତେ ୩୬୯ କୋଟି ୭୭ ଲକ୍ଷ ୧୨,୬୪୬ ଟଙ୍କାର ତିନୋଟି ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି। ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଠିକାଦାର ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜଳସଂପଦ ବିଭାଗ ପକ୍ଷରୁ ଆସିଥିବା ତିନି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
- ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ୩୬ ତମ ବୈଠକ ବସିଥିଲା।
- ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି ଯେ, ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଏକ ବୃହତ ଜଳସେଚନ ପ୍ରକଳ୍ପ, ଯେଉଁଥିରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ୱାରା କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ବ୍ୟାରେଜ୍ର ନିର୍ମାଣ ଓ ସାଳନ୍ଦୀ ନଦୀ ପ୍ରଣାଳୀର ସୁଦୃଢୀକରଣ କାର୍ଯ୍ୟ ଓ ଉନ୍ମୁକ୍ତ କେନାଲ ପ୍ରଣାଳୀ ମାଧ୍ୟମରେ ୩୦୦୦ ହେକ୍ଟର ଚାଷଜମିର ବିତରଣ ପ୍ରଣାଳୀ ସହ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟ ସମାପ୍ତ ହୋଇଥିବା ସହ ଜମି ଅଧିଗ୍ରହଣରେ ବିଳମ୍ବକୁ ଦୃଷ୍ଟିରେ ରଖି ଉ୍ନ୍ମୁକ୍ତ କେନାଲ ପ୍ରଣାଳୀରେ ହେବାକୁ ଥିବା ଅବଶିଷ୍ଟ ୫୭୦୦୦ ହେକ୍ଟର ଚାଷଜମିର ଜଳବଣ୍ଟନ ବ୍ୟବସ୍ଥାକୁ ବର୍ତ୍ତମାନ ଭୂତଳ ପାଇପ୍ଲାଇନ ବ୍ୟବସ୍ଥା ମାଧ୍ୟମରେ ୯ ଗୋଟି ପ୍ୟାକେଜରେ କରାଯିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
- ଶ୍ରୀମତୀ ଗର୍ଗ କହିଛନ୍ତି ଯେ, “ସାଳନ୍ଦୀ ବାମ ମୁଖ୍ୟ କେନାଲର ୪୯.୮୧୦ କି.ମିଠାରୁ ୫୯.୯୭୦ କିମି ମଧ୍ୟରେ ଭୂତଳ ପାଇପ୍ଲାଇନ ବ୍ୟବସ୍ଥା ଦ୍ୱାରା ବିତରଣ ପ୍ରଣାଳୀର ନିର୍ମାଣ ସହ ୪୯୨୪.୦୪ ହେକ୍ଟର ଚାଷଜମିରେଜଳସେଚନ ସହ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ’ ଏହି ୯ ଗୋଟି ପ୍ୟାକେଜ୍ ମଧ୍ୟରୁ ଅନ୍ୟତମ। ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୦୫ କୋଟି ୬୨ ଲକ୍ଷ ୬୭,୧୪୨ ଟଙ୍କା ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବ୍ୟକ୍ଷଣ ନିମିତ୍ତ ୫ କୋଟି ୩୧ ଲକ୍ଷ ୧୩,୩୫୮ ଟଙ୍କା ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି। ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖାଯାଇଅଛି। ଏହି ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ଓ୍ୟୌପଦା ଓ ବାହାନଗାର ୪୯୨୪.୦୪ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦେବ। ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତିରେ ମଧ୍ୟ ସହାୟକ ହେବ।
ସେମିତି ଅନ୍ୟଏକ ପ୍ରକଳ୍ପ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ଟ.୧୦୭ କୋଟି ୯୬ ଲକ୍ଷ ୯୮,୫ ,୫୫୪ ଟଙ୍କା ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବ୍ୟକ୍ଷଣ ୫ କୋଟି ୫୧ ଲକ୍ଷ ୮୪ ,୯୪୬ ଟଙ୍କା ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶ (୨୪) ମାସ ମଧ୍ଯରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି । ଏହି ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ନିଳଗିରି, ବାହାନଗା ଓଉପଦା ଓ ରେମୁଣା ବ୍ଲକ ର ଯୋଗାଇ ଦେବ । ଏତଦ୍ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତିରେ ମଧ୍ଯ ସହାୟକ ହେବ । ବ୍ଲକ ର ୫୧୭୭.୯୮ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ମିଳିବ।ତୃତୀୟ ପ୍ରକଳ୍ପ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୪୬,୧୭,୪୬,୯୫୦ ଟଙ୍କା ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବ୍ୟକ୍ଷଣ ନିମିତ୍ତ ୭,୬୯,୩୪,୦୫୦ ଟଙ୍କା ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି । ଏହି ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ରେମୁଣା ଓ ବାଲେଶ୍ୱର ର ୫୭୬୫.୩୪ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦେବ । ଏତଦ୍ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତିରେ ମଧ୍ଯ ସହାୟକ ହେବ ବୋଲି ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି।
