03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମିଡିଆ ଜଗତରେ ପାଦ ଥାପିଲେ ବିଜୟ ପଟ୍ଟନାୟକ 

1 min read

Oplus_16908288

  • ଜନବାର୍ତ୍ତା’ ସାପ୍ତାହିକ ସମ୍ବାଦପତ୍ର ସହ ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲ କଲେ 

ଭୁବନେଶ୍ୱର //TATKAL ODISHA//

ବହୁ ବିଳମ୍ବ ହୋଇଥିଲେ ହେଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମିଡିଆ ଜଗତରେ ପାଦ ଥାପିଛନ୍ତି I 

   ବିଜୟ ବାବୁ ‘ଜନବାର୍ତ୍ତା’ ସାପ୍ତାହିକ ସମ୍ବାଦପତ୍ର ସହ  ଏହି ନାମରେ ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲ କରିଛନ୍ତି I

ଉନ୍ମୋଚନ ପାଇଁ ନିମନ୍ତ୍ରଣ ପତ୍ର

ଏହାର ଉନ୍ମୋଚନ ଉତ୍ସବ ରବିବାର ଫେବୃଆରୀ ୨୨ରେ ଭାରତୀୟ ବିଦ୍ୟାଭବନ, ଖାରବେଳ ନଗର, ୟୁନିଟ-୩, ଭୁବନେଶ୍ବରରେ ପୂର୍ବାହ୍ନ ଦଶଟାରେ ହେବ I ଉନ୍ମୋଚନ ଉତ୍ସବରେ ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଆଉଟଲୁକର ପୂର୍ବତନ ସମ୍ପାଦକ ରୁବେନ ବାନାର୍ଜୀ,ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି I

ହେଲେ  ପ୍ରଶ୍ନ ଉଠୁଛି, ବିଜୟ ବାବୁ କଣ ପାଇଁ ଗଣମାଧ୍ୟମ ଜଗତରେ ପାଦ ଥାପିଲେ?? କେଉଁ ଅନ୍ତର୍ନିହିତ ଉଦେଶ୍ୟ ରହିଛି??

  • ଉତ୍ତରରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ,  “ଓଡ଼ିଶା ପାଇଁ କିଛି କରିବାର ମୁଁ ସ୍ୱପ୍ନ ଦେଖିଛି I ସେଇ ସ୍ୱପ୍ନ ମେଡ଼ିଆ ଦ୍ୱାରା ହିଁ ସମ୍ଭବ ହେବ I ଜନତାଙ୍କ ପାଇଁ ସାପ୍ତାହିକ ‘ଜନବାର୍ତ୍ତା’ ‘ସ୍ଵାଭିମାନୀ ଓଡିଆଙ୍କ ସ୍ୱର’ ଭାବେ ପ୍ରତିଫଳିତ ହେବ । ଏହାର ପ୍ରଥମ ସଂସ୍କରଣ ତଥା ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲର ରବିବାର  ଉନ୍ମୋଚନ ହେଉଛି I”

  ତେବେ ଦକ୍ଷ ପ୍ରଶାସକ ଭାବେ ଖୁବ ସୁନାମ ଅର୍ଜିଥିବା ବିଜୟ ବାବୁ ମିଡିଆ ଜଗତରେ ପାଦ ଥାପି  କେତେଦୂର ସଫଳ ହେଉଛନ୍ତି ତାହା ଦେଖିବା କଥା I

Share

Leave a Reply