tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବଦଳି ବିବାଦ?: ଦ୍ବନ୍ଦରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିଭାଗ??

1 min read

  • କେଉଁ ନିୟମରେ ଏକାଥରେ ୩୧୩ ଜଣଙ୍କୁ ଟ୍ରାନ୍ସଫର?
  • ତୃତୀୟ ମହଲା ରୋକି ନ ଥିଲେ ତାଲିକା ଆହୁରି ଲମ୍ବିଥାନ୍ତା
  • କର୍ମଚାରୀଙ୍କ ଗୁହାରିକୁ ଗୁରୁତ୍ୱ ଦେଉ ନାହାନ୍ତି ଉଚ୍ଚକର୍ତ୍ତୃପକ୍ଷ
  • କଟକରେ କେଉଁ ‘ଗାଦିମଡ଼ା ଅଧିକାରୀ’ ବଡ଼ବାବୁଙ୍କ ଗେଲ୍ହାପୁଅ?

ଭୁବନେଶ୍ୱର //TATKAL ODISHA //EXCLUSIVE //

ବିନା ବଦଳି ଋତୁରେ..ବିନା ଜରୁରୀ ପରିସ୍ଥିତିରେ..ଏବଂ ବିନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ.. ଏକାଥରେ ୩୧୩ ମତ୍ସ୍ୟ ଅଧିକାରୀ ଓ ପ୍ରାଣିଚିକିତ୍ସକଙ୍କୁ ବଦଳି କରାଯାଇଛି ।

କ’ଣ ପାଇଁ ଓ କାହିଁକି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏମିତି ରାତି ଅଧିଆ ନିଷ୍ପତ୍ତି ନେଲା? କେଉଁ ଉଦେଶ୍ୟରେ ଏତେ ସଂଖ୍ୟାରେ ଅଧିକାରୀଙ୍କୁ ବଦଳି କରାଗଲା?? ତାକୁ ନେଇ ପ୍ରଶ୍ନ ଉଠିବା ପରେ ନୂଆ ବିବାଦରେ ଛନ୍ଦି ହୋଇ ଯାଇଛି ସମ୍ପୃକ୍ତ ବିଭାଗ!!

ଦେଖନ୍ତୁ  … ଅନୁସନ୍ଧାନ ରିପୋର୍ଟ..

ଘଟଣାକ୍ରମ..

    ପାୱାର କରିଡରକୁ ଅତି ନିକଟରୁ ଦେଖୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ରାତି ଅଧିଆ ବଦଳି ହୋଇଥିବା ଅଧିକାରୀମାନେ ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି I ନ୍ୟାୟ ପାଇଁ ସେମାନେ ଲଢୁ ଥିବା କଥା ଜଣାଇଛନ୍ତି I 

 ସେମାନେ କହିଛନ୍ତି, ଅସମୟରେ ବଦଳି ହେବା ଯୋଗୁଁ ବହୁ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି I ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି I କାରଣ, ସିଜନ ମଝିରେ ଆଡମିସନ ସମ୍ଭବ ହେଉ ନାହିଁ I ପିଲା ଛୁଆ ଛାଡ଼ି ଶହ ଶହ କିମି ଦୂର ଜିଲ୍ଲାକୁ ଯିବାକୁ ପଡ଼ିଛି I

  • TATKAL ODISHA ପକ୍ଷରୁ ଏନେଇ ଆସିଥିବା ଅଭିଯୋଗର ସତ୍ୟତା ଅନୁସନ୍ଧାନ କରାଯାଇଛି I ତିନୋଟି ବଦଳି ନିର୍ଦେଶନାମା ପ୍ରକାଶ ପାଇଛି I
  • ଯାହା ଜଣାପଡ଼ିଛି ଅଭିଯୋଗର କିଛିଟା ସତ୍ୟତା ରହିଛି I
  • ଦେଖିଲେ ଅଧିକାଂଶ ଅଧିକାରୀଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଇଛି.. ବିଭାଗ ସଠିକ ପଦକ୍ଷେପ ଗ୍ରହଣ କରିନାହିଁ I
  • ନିୟମାନୁସାରେ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ଦିନ ରହି ପାରିବେ ନାହିଁ I ମାତ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ଏଇ ନିୟମ ଲାଗୁ ହୋଇ ନାହିଁ I ମନଇଛା ଅଣବଦଳି ଋତୁରେ (ଅକ୍ଟୋବରରେ) ବିଭିନ୍ନ କ୍ୟାଡରରେ ଚାରିଟି ଲମ୍ବା ବଦଳି ତାଲିକାରେ ସମୁଦାୟ ୩୧୩ଜଣ ମତ୍ସ୍ୟ ଅଧିକାରୀ ଓ ପ୍ରାଣିଚିକିତ୍ସକଙ୍କୁ ବଦଳି କରାଯାଇଛି ।
  • ଏତେ ବ୍ୟାପକ ବଦଳି ପଛରେ କଣ କାରଣ ଥାଇପାରେ ତାହା ଅନୁମାନ କରି ଥାଇ ପାରୁଥିବେ।
  • ଥରେ ପଦୋନ୍ନତି ଦେଇ ସେହି ଅଧିକାରିମାନଙ୍କୁ ଆଉଥରେ ବଦଳିରେ ଯୋଡିବା ହେତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ସଂପୃକ୍ତ ବଦଳି ପ୍ରସ୍ତାବ ବାତିଲ ହେବା ଶୁଣିବାକୁ ମିଳୁଛି; ଯାହା ବିଭାଗର ଅପାରଗତା ଓ ଅପରିଣାମଦର୍ଶିତାକୁ ପଦାରେ ପକାଇଛି
  • ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ବର୍ଷାଧିକ କାଳ ବସି ରହିଥିବା ବେଳେ; ଆଉ କେତେକଙ୍କୁ ବିନା କାରଣରେ ଉଦ୍ଦେଶ୍ୟମୂଳକଭାବେ ବଦଳି କରାଯାଉଛି ।
  • ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟର ଅଭାବ ଥିବା ଅଭିଯୋଗ ହୋଇଛି I ସେଇଥିପାଇଁ ଅନେକ ତ୍ରୁଟିପୂର୍ଣ୍ଣ ବଦଳି ହୋଇଥିବା କୁହାଯାଉଛି ।
  • ପୂର୍ବରୁ ସୁନାମ ଅର୍ଜିଥିବା ଭଲ ଅଧିକାରୀଙ୍କୁ ଭୁବନେଶ୍ୱର-କଟକରେ ନ ରଖା ଯାଇ ଉଦ୍ଦେଶ୍ୟମୂଳକଭାବେ କିଛି ନିର୍ଦ୍ଦିଷ୍ଟ ଚାଟୁକାର ଓ ଦୁର୍ନୀତିଗ୍ରସ୍ତଙ୍କୁ ବର୍ଷ ବର୍ଷ ଧରି ରାଜଧାନୀରେ ଓ କଟକ ନିର୍ଦ୍ଦେଶାଳୟରେ ଅବସ୍ଥାପିତ କରାଯାଇଛି । ସେମାନଙ୍କ ଜରିଆରେ ବିଭିନ୍ନ ମେଳା-ମହୋତ୍ସବ ଆୟୋଜନ କରାଯାଇ ଆସୁଛି; ଯାହା ସାଧରଣରେ ଭ୍ରୂକୁଞ୍ଚନ ସୃଷ୍ଟି କରୁଛି । 
  • ପ୍ରାଣିସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ ବା ପ୍ରଦର୍ଶନୀ ନ ଥାଇ କେବଳ ଭୋଜନରେ ଚଳିତବର୍ଷ ଲକ୍ଷାଧିକ ଅର୍ଥ ବ୍ୟୟ ହେଉଥିବା ଅଭିଯୋଗ ହୋଇଛି I କାରଣ ପୂର୍ଵ ସରକାର ଢାଞ୍ଚାକୁ ସମ୍ପୃକ୍ତ ଅଧିକାରୀ ଆପଣେଇ ଥିବା ଚର୍ଚ୍ଚା ଜୋର ଧରିଛି I
  • ବଦଳି ତାଲିକା ଆହୁରି ଲମ୍ବି ଥାନ୍ତା I ମାତ୍ର ତୃତୀୟ ମହଲାର ହସ୍ତକ୍ଷେପ ପରେ ତୃତୀୟ ବଦଳି ତାଲିକା ବିଜ୍ଞପ୍ତି କାଟ ଛାଣ୍ଟ ହୋଇଛି I

“ବଦଳି ସତ୍ୱେ କଟକରେ ପ୍ରାୟ ବାର ବର୍ଷ ଧରି ଗୋଟିଏ ପଦବୀରେ ଥିବା ‘ଗାଦିମଡ଼ା ଅଧିକାରୀ’ ବଡ଼ବାବୁଙ୍କ ଗେଲ୍ହାପୁଅ ସାଜିଥିବା ଚର୍ଚ୍ଚା ଜୋର ଧରିଛି I ଏହା ଅନୁସନ୍ଧାନ ସାପେକ୍ଷ ବୋଲି ବଦଳି ହୋଇଥିବା କିଛି ଅଧିକାରୀ ଦାବି କରିଛନ୍ତି..”

+++++++++++//++++++/++++

ଓଡ଼ିଶାରେ “ଲୋକଙ୍କ ସରକାର” ଏଦିଗରେ ତୁରନ୍ତ ତଦନ୍ତ କରିବା ସହ ଜରୁରୀ ନିଷ୍ପତ୍ତି ନେବା ଦରକାର I କାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସରକାରଙ୍କ ଉପରେ ଅନେକ ରହିଛି I ଲୋକ ବା କର୍ମଚାରୀଙ୍କ ହିତରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଚେତକ ମହଲରେ ଦାବି ହୋଇଛି I (କ୍ରମଶଃ )

Share

Leave a Reply