ବିଶ୍ୱଗୁରୁ ପରମହଂସ ହରିହରାନଣନ୍ଦଙ୍କ ମୂଖ ନିଃସୃତ ‘ଅମୃତବାଣୀ’
1 min read
++++++++++++++++++++++++++++++++++++++
ମହାପୁରୁଷମାନଙ୍କର ବାଣୀ ଓ ତାଙ୍କରି ସୁମଧୁର କଥା କାହା ମନରେ ଆନନ୍ଦ ନଦିଏ ? କେବଳ ଆନନ୍ଦ ନୁହେଁ, ଆମ ଜୀବନକୁ ଗଢ଼ିବାକୁ ମଧ୍ୟ ପ୍ରେରଣା ଦିଏ । ତେଣୁ ଆମ ଜୀବନକୁ ଉତ୍ତମ ରୂପେ ଗଢ଼ିବାକୁ ହେଲେ ମହାପୁରୁଷମାନଙ୍କ ଆଶ୍ରୟ ହିଁ ଶ୍ରେୟସ୍କର ।
ଶ୍ରୀ ଗୁରୁଦେବ ବାବା ପରମହଂସ ହରିହରାନନ୍ଦଜୀ ବାବା ମହାରାଜଙ୍କ ଅମୂଲ୍ୟ ବାଣୀକୁ ଶ୍ରୀ ଗୁରୁଜୀ ବାବା ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଆମ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ଦେଇଛନ୍ତି ।
++++++++++++++++++++++++++++++++++++++++++
- ଇଶ୍ୱର ହିଁ ପ୍ରେମ, ପ୍ରେମ ହିଁ ଈଶ୍ୱର ।
- ଅନେକ ତତ୍ତ୍ୱ ଜାଣିବା ଅପେକ୍ଷା, ଟିକିଏ ଟିକିଏ ଜାଣି ତାକୁ ଅଭ୍ୟାସ କରିବା ଶତ ଗୁଣ ଭଲ ।
- ଅନ୍ୟ କାହା ସହିତ ସମୟ ନଷ୍ଟ ନକରି ଯଦି କେବଳ ଭଗବତ୍ ପ୍ରାପ୍ତି ନିମିତ୍ତ ସମୟ ବିନିଯୋଗ କର, ତେବେ ତୁମର ସମୟ ନଷ୍ଟ ନ ହୋଇ, ଏହାର ସଦୁପଯୋଗ ହେବ ।
- ଅଭ୍ୟାସ, ଅଭ୍ୟାସ, ଅଭ୍ୟାସ.. କେବଳ ଅଭ୍ୟାସ ହିଁ ତୁମକୁ ପରିପୂର୍ଣ୍ଣ କରି ଗଢ଼ି ତୋଳିବ ।
