୧୧୧ କୋଟି ବିନିଯୋଗରେ ଆସିଲା ୪୨୮ ନୂତନ ଆମ୍ବୁଲାନ୍ସ
1 min read
ଭୁବନେଶ୍ୱର //TATKAL ODISHA //
ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପାଇଁ ଓଡ଼ିଶା ସରକାର ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ଟି ନୂତନ ଆମ୍ବୁଲାନ୍ସ ପ୍ରଚଳନ ପାଇଁ ପ୍ରାବଧାନ କରିଛନ୍ତି।
ମଙ୍ଗଳବାର ସାମାଜିକ ଗଣ ମାଧ୍ୟମ ଏକ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆମ ସରକାର ସଂକଳ୍ପବଦ୍ଧ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ ହେବାକୁ ଯାଉଛି। ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମ ସରକାର ନିରନ୍ତର ପ୍ରୟାସରତ ବୋଲି ସେ ପ୍ରକାଶ କରିଛନ୍ତି।
