tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଏମସି ଓଡିଏ କୋର୍ଟରେ ଅସମ୍ଭାଳ ଭିଡ଼: କାହିଁକି??

1 min read

Oplus_16908288

  • ରେସିଡେନ୍ସିଆଲ ପ୍ଲଟରେ କମରସିଆଲ ୟୁନିଟ ସମ୍ଭବ କି ?
  • କିଏ ଏହି ଅନୁମତି ଦେଇଥିଲା ?
  • ଏବେ ବି ଏମ ସି ଏତେ ବ୍ୟସ୍ତ କାହିଁକି?
  • -ଜାଣିଶୁଣି ଭୁବନେଶ୍ୱର ନଗରବାସୀଙ୍କ ମୂଲ୍ୟବାନ ସମୟ ନଷ୍ଟ କରାଯାଉନି ତ?


ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ମିଳିବା କଷ୍ଟକର ହୋଇଛି l ନିଜର ମୌଳିକ ସ୍ଥିତିର ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ (ବି ଏମ ସି ) ‘ମାର ମାର ଭଣ୍ଡରିଆ ‘ନୀତି ଆପଣେଇଥିବା ଅଭିଯୋଗ ହୋଇଛି l

ଶନିବାର ଭୁବନେଶ୍ୱର ମହାନାଗର ନିଗମ (ବିଏମସି) ପକ୍ଷରୁ ୩୦୦ ଲୋକଙ୍କୁ ସକାଳ ୧୧.୩୦ରେ ଡାକି ODA ନୋଟିସ ଦେଇଛି।

ଲୋକମାନେ ବସିବାକୁ ଜାଗା ନାହିଁ।

ସମସ୍ତଙ୍କୁ ଡାକିବାର କିଛି ଜରୁରୀ ନାହିଁ। ଯେଉଁମାନେ କମର୍ସିଆଲ ହୋଲ୍ଡିଂ ଟ୍ୟାକ୍ସ ଦେଇଛନ୍ତି ତାଙ୍କୁ ଗୋଟିଏ ସମୟ ଡାକି ସମସ୍ତଙ୍କର ସମୟ ନଷ୍ଟ କରାଯାଉଛି ବୋଲି ଅଭିଯୋଗ ହୋଇଛି I

ବସ୍ତୀ ସଂଖ୍ୟା ବଢ଼ିବାରେ ବିଏମ୍ସିର ହାତ ଥିଲା ବେଳେ ଏବେ ଟିକସ ଚିନ୍ତା ଘାରିଛି I ଅନ୍ୟାୟର ଶେଷ ସୀମା ଟପିଛି ବିଏମ୍ସି ବୋଲି ଚର୍ଚ୍ଚା ଜୋର ଧରିଛିI

ବିଏମସିରେ ଟିକସ, କଣ ରହିଛି ସ୍ଥିତି??

ଭୁବନେଶ୍ୱର ମହାନଗର ନିଗମ (BMC) ଅନ୍ତର୍ଗତରେ ଧାର୍ଯ୍ୟ ହେଉଥିବା ସମ୍ପତ୍ତି କର ବା ହୋଲଡିଂ ଟ୍ୟାକ୍ସ (Holding Tax) ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ଅନୁଯାୟୀ ଆଦାୟ କରାଯାଏ। ନାଗରିକମାନଙ୍କ ସୁବିଧା ପାଇଁ ଏହାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯାଇଛି, ଯାହାଦ୍ୱାରା ଆପଣ ଘରେ ବସି ନିଜର ଟିକସ ପୈଠ କରିପାରିବେ ଓ ରସିଦ୍ ଡାଉନଲୋଡ୍ କରିପାରିବେ।

ନିମ୍ନରେ ବିଏମସି ହୋଲଡିଂ ଟ୍ୟାକ୍ସର ପ୍ରମୁଖ ତଥ୍ୟ, ଟିକସ ହାର ଏବଂ ଅନଲାଇନ୍ ଦେୟ ପ୍ରଣାଳୀ ବିଷୟରେ ସବିଶେଷ ସୂଚନା ଦିଆଗଲା:

ବିଏମସି ଟିକସ (Holding Tax) ର ହାର

ବିଏମସି ଅଞ୍ଚଳରେ ଥିବା ପ୍ରତ୍ୟେକ ଆବାସିକ (Residential) କିମ୍ବା ବ୍ୟାବସାୟିକ (Commercial) ସମ୍ପତ୍ତି ଉପରେ ଏହି ଟିକସ ଲାଗୁ ହୋଇଥାଏ:

  • ଟିକସ ହାର: ସାଧାରଣତଃ ସମ୍ପତ୍ତିର ବାର୍ଷିକ ମୂଲ୍ୟ (Annual Rental Value) ଉପରେ ୧୭.୫% ହାରରେ ହୋଲଡିଂ ଟ୍ୟାକ୍ସ ଧାର୍ଯ୍ୟ କରାଯାଏ ।
  • ଟିକସର ବିଭାଜନ: ଏହି ୧୭.୫% ମଧ୍ୟରେ ମୁଖ୍ୟ ହୋଲଡିଂ ଟ୍ୟାକ୍ସ (୧୦%), ଶୌଚାଳୟ କର/Latrine Tax (୨.୫%), ଏବଂ ଷ୍ଟ୍ରିଟ୍ ଲାଇଟ୍ କର (୫%) ସାମିଲ ଥାଏ।
Share

Leave a Reply