ମୌସୁମୀ ଅଧିବେଶନ ୨୨ରୁ, ଅକ୍ଟୋବର ୩ ଯାଏଁ ଚାଲିବ
1 min read
– ମୋଟ୍ ୯ଟି କାର୍ଯ୍ୟଦିବସ
ଭୁବନେଶ୍ୱର,//TATKAL ODISHA//
ଆସନ୍ତା ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତାହା ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ୍ ୯ଟି କାର୍ଯ୍ୟଦିବସ ରହିଛି।
ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବାବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି। ପ୍ରଥମ ତିନି ଦିନ ଅର୍ଥାତ ସେପ୍ଟେମ୍ବର ୨୩,୨୪ ଓ ୨୫କୁ ସରକାରୀ କାର୍ଯ୍ୟ ଦିବସ ଭାବେ ଧାର୍ଯ୍ୟ ହୋଇଥିବାବେଳେ, ଚତୁର୍ଥ ଦିନଟି ବେସରକାରୀ କାର୍ଯ୍ୟ ଦିବସ ଭାବେ ଦିନ ଧାର୍ଯ୍ୟ ହୋଇଛି। ସେହିପରି ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ଯାଏ ସରକାରୀ କାର୍ଯ୍ୟ ଦିବସ, ଅକ୍ଟୋବର ୨ରେ ଛୁଟି ଏବଂ ୩ରେ ଗୃହରେ ସରକାରୀ କାର୍ଯ୍ୟ ଶେଷ ପରେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ ପାଇଁ ମୂଲତବୀ ଘୋଷଣା କରିବେ।
ତ୍ରିସ୍ତରୀୟ କଡ଼ା ସୁରକ୍ଷା ଭିତରେ ହେବାକୁ ଥିବା ଏଥର ମୌସୁମୀ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୃହ ଆରମ୍ଭରୁ ଉଷ୍ଣତା ରହିପାରେ। ଏହା ସତ୍ତ୍ୱେ ବି ଅଧିବେଶନର ସ୍ୱଳ୍ପ କାର୍ଯ୍ୟକାଳ ଭିତରେ ରାଜ୍ୟ ସରକାର ବିଭିନ୍ନ ବିଲ୍ ଆଣିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିରୋଧୀଙ୍କୁ କଡ଼ା ମୁକାବିଲା କରାଯିବ ବୋଲି ଶାସକ ଦଳ ପ୍ରସ୍ତୂତ ରହିଛି ବୋଲି ସ୍ପଷ୍ଟ କରାଯାଇଛି।
