03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆ ଓଡ଼ିଶା ପାଇଁ ଦରକାର ‘ଜନ ଜାଗରଣ’

1 min read
  • ଭଲ ମଣିଷଙ୍କର ଆବଶ୍ୟକତା ରହିଛି : ସଂଜୀବ ହୋତା
  • ବିରୋଧୀ ନୁହେଁ, ବିକଳ୍ପ ଆବଶ୍ୟକ I ଦଳ ନୁହେଁ, ଗୋଟିଏ ଆଦର୍ଶ ଦରକାର :କୁମରବର ଦାସ
  • ମିଳିମିଶି କାମ କରିବା, ନୂଆ ଓଡ଼ିଶା ହଢିବା : ବିଜୟ ପଟ୍ଟନାୟକ
  • ରାଜନୀତିରେ ଆଉ ଭଲ ଲୋକ ସାମିଲ ହେଉନାହାନ୍ତି : ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର,//TATKAL ODISHA //

ସମସ୍ତ ବ୍ୟକ୍ତିଙ୍କୁ  ଅଧିକାର,ଦାଦନ ବ୍ୟବସ୍ଥାକୁ ଶେଷ, ଶିକ୍ଷାକୁ ଅଗ୍ରାକାର,ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ, ପରିବେଶର ସୁରକ୍ଷା ପାଇଁ ଏକ ବାହିନୀ ସୃଷ୍ଟି କରିବା ଏବଂ ବିଭିନ୍ନ ଯୋଜନାରେ ଲାଭ ଲୋକଙ୍କ ନିକଟରେ ପହଂଚାଇବାକୁ ହେବ I 

  ଶନିବାର ଜୟଦେବ ଭବନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି ‘ଜନ ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ I

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବିଶିଷ୍ଟ ପ୍ରଶାସକ ସଂଜୀବ ହୋତା କହିଛନ୍ତି ଯେ,

  • ନୂଆ ଓଡ଼ିଶା ଗଠନ ପାଇଁ ସବୁ ଭଲ ବ୍ୟକ୍ତିମାନେ ପଦାକୁ ବାହାରି ଆସିବା ଦରକାର I ଆମେ ସଂଘବଦ୍ଧ ହୋଇ ଭଲ କାମ  କଲେ ଏହା ସମ୍ଭବ ହେବ|”

ମୁଖ୍ୟ ବକ୍ତା ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ କହିଛନ୍ତି ଯେ,

  • ବିରୋଧୀ ନୁହେଁ, ବିକଳ୍ପ ଆବଶ୍ୟକ I ଦଳ ନୁହେଁ, ଗୋଟିଏ ଆଦର୍ଶ ଦରକାର I ଏବେ ଭାରତ ବା ଓଡ଼ିଶାରେ ଆଦର୍ଶ ବା ସଠିକ ମାର୍ଗ ନାହିଁ I ଫଳରେ, ଦେଶ ଆଗେଇ ପାରୁନାହିଁ I ନେତା ଅଛନ୍ତି, ନେରୁତ୍ବ ନାହିଁ I ମନ ଅଛି, ମସନସିକତା ନାହିଁ I ଦୀର୍ଘ ଅଶୀ ବର୍ଷ ଧରି ଆମକୁ କନଫ୍ୟୁଜ କରି ଦିଆଯାଇଛି I
ଦୀକ୍ଷାନ୍ତ ଭାଷଣ ଦେଉଛନ୍ତି ପ୍ରଫେସର କୁମରବର ଦାସ

ସେହିପରି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ରାଜନୀତିରେ ଆଉ ଭଲ ମଣିଷ ସାମିଲ ହେଉନାହାନ୍ତି ବୋଲି କହିଥିଲାବେଳେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଦୁର୍ନୀତି ହଟାଇବା ପାଇଁ ଜେନ-ଜୀମାନେ ଏକାଠି ହେବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି I 

 ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ  କହିଛନ୍ତି ଯେ,”ଛାତ୍ର ଯୁବକମାନେ ଅଭିଯାନକୁ ଆଗକୁ ନେଇ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବେ। ଓଡ଼ିଶାରେ ବାଙ୍ଗାଲୋର ପ୍ରତିଷ୍ଠା କରିବେ | ସେହିମାନେ ଜଣେ ଜଣେ ଉଦ୍ୟୋଗୀ ହେବେ ଓ ଅଣୁ ତ‌ଥା କ୍ଷୁଦ୍ରଶିଳ୍ପ ମାଧ୍ୟମରେ ହଜାର, ହଜାର ନିଯୁ ଯୁକ୍ତି ସୃଷ୍ଟି କରିବେ । ସେଥିପାଇଁ ଆମକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶା ବାହାରର ଶିଳ୍ପପତିମାନଙ୍କ ପଛରେ ଚେ ପଡ଼ିବ ନାହିଁ | ଆମ ରାଜ୍ୟର ଶିକ୍ଷିତ ଯୁବକ, ଯୁବତୀ ନିଜର ଅଫୁରନ୍ତ ସୃଜନୀ ଶକ୍ତି ବଳରେ  ଓଡ଼ିଶା ଯେଉଁଠି ସେମି କଣ୍ଡକ୍ଟରଠାରୁ ଆରମ୍ଭ କରି ଲୁହା କଣ୍ଟା ପର୍ଯ୍ୟନ୍ତ, କଳ-ତନ୍ତଠାରୁ ଠାରୁ ଆରମ୍ଭ କରି ଫଳ ରସ ପର୍ଯ୍ୟନ୍ତ ସବୁ ପଦାର୍ଥ ଏଇଠି ପ୍ରସ୍ତୁତ ହେବ । “ମେକ୍ ଇନ୍ ଓଡ଼ିଶା” ଓଡ଼ିଆମାନଙ୍କ ଦ୍ବାରା ହେବ । ଏହାକୁ ସଫଳ କରିବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ହେବ I”

ଜୟଦେବ ଭବନରେ ଜନ ଜାଗରଣ ଅଭିଯାନ ବୈଠକ

   ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏ ସବୁ ପାଇଁ ଭଲ ମଣିଷଙ୍କର ଆବଶ୍ୟକତା ରହିଛି। ଗାଁ ଠାରୁ ଫଚାୟତ ପର୍ଯ୍ୟନ୍ତ ଫଚାୟତରୁ ଜିଲ୍ଲା ବ୍ୟବସାୟ -ପର୍ଯ୍ୟନ୍ତ, ଜିଲାରୁ ରାଜଧାନୀ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଶିକ୍ଷା, ସାହିତ୍ୟ, କଳା, କ୍ରୀଡ଼ା, ବ୍ୟ ସବୁ କ୍ଷେତ୍ରରେ ସ୍ବାଭିମାନୀ ଓଡ଼ିଆମାନେ ଆଗେଇ ଆସିବା ଉଚିତ | ଯେଉଁମାନେ ଏଇ ଜନ ଆନ୍ଦୋଳନରେ ସାମିଲ ହେବାକୁ ଚାହାଁନ୍ତି ତାଙ୍କୁ ଖୋଜି ବାହାର କରିବାକୁ ହେବ । ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ସେମାନେ ଏହି ବାର୍ଭା ପୂରପଲ୍ଲୀରେ ପହଞ୍ଚାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି I 

ଅନ୍ୟମାନଙ୍କ ମଧ୍ୟରେ ବେଙ୍ଗାଲୁଲୁରେ ଅବସ୍ଥାନ କରୁଥିବା ଶ୍ରଦ୍ଧା ସୁମନ କହିଛନ୍ତି ଯେ,ନୂଆ ପୀଢ଼ିର ମୁଁ ହୋଇଥିଲେ ହେଁ ନୂଆ ଓଡ଼ିଶା ପାଇଁ ନୂଆ ସ୍ବପ୍ନ ଦେଖୁଛି I ମିଳିତ ହୋଇ ଆମେ ଏହି ଜଣଜାଗରଣ ଅଭିଯାନ କାର୍ଯ୍ୟକ୍ରମକୁ ଆଗେଇ ନେଲେ ସବୁ ସମ୍ଭବ ହେବ I’

Share

Leave a Reply