03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୀଳଗିରି ଝିଅ,ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ “ଇଣ୍ଡିଆନ ଆଇଡଲ-୧୬ ମୁକୁଟ

1 min read

Oplus_16908288

  • ଦେଶରେ ଶେଷ୍ଠ ଗାୟିକା ହେବାର ପ୍ରଥମ ଓଡ଼ିଆ ଗାୟିକା

ମୁମ୍ବାଇ, ଭୁବନେଶ୍ୱର, //TATKAL ODISHA//

ନୀଳଗିରିର ଝିଅ ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ୍ ଆଇଡଲ୍ ୧୬ର ଶେଷ୍ଠ ଗାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି I 

 ରବିବାର ଗ୍ରାଣ୍ଡ ଫିନାଲେରେ ଏଇ ଓଡ଼ିଆ ଝିଅ ତଥା କିଟ୍ ଛାତ୍ରୀ ଜ୍ୟୋତିର୍ମୟୀଙ୍କ ଉପରେ ସମସ୍ତଙ୍କ ନଜର ନିବଦ୍ଧ ଥିଲା। ସାରା ବିଶ୍ୱର ନଜର ଏବେ ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ଉପରେ ହେବ। କିଏ ହେବ ଏଥରର ବିଜେତା, ତାକୁ ନେଇ ଚାଲିଥିଲା ଉତ୍ସାହ। 

ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ପ୍ରତିଯୋଗୀ ।

ଶେଷରେ ସେ ବାଜି ମାରି ନେଇଛନ୍ତି I 


ଜ୍ୟୋତିର୍ମୟୀ ନାୟକଙ୍କୁ “ଇଣ୍ଡିଆନ ଆଇଡଲ-୧୬ ମୁକୁଟ: ଓଡ଼ିଶାର ରଖିଲେ ଟେକ

“₹20 ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମୋତେ ଗୋଟିଏ କାର୍ ଏବଂ ଅନ୍ୟାନ୍ୟ ଉପହାର ମଧ୍ୟ ମିଳିଛି।

ମୋ ବାପା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA), ସେ ଏସବୁ ବିଷୟର ଦେଖାଶୁଣା କରିବେ।

ମୋର ନିଜର ଗୋଟିଏ ଘର କିଣିବାର ସ୍ୱପ୍ନ ଅଛି।”
— ଜ୍ୟୋତିର୍ମୟୀ ନାୟକ

Oplus_16908288

 ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏଇ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ।

ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ TATKAL ODIAHAର  ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଓ ପରିଶ୍ରମ ବଳରେ ସେ ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି। 

ସାରା ଦେଶର ନଜର ଏବେ ଇଣ୍ଡିଆନ୍ ଆଇଡଲ୍ ର ଗ୍ରାଣ୍ଡ ଫିନାଲେ ଉପରେ। ନିଜର ମଧୁର କଣ୍ଠ ଓ ଅସାଧାରଣ ପ୍ରତିଭାରେ ଜ୍ୟୋତିର୍ମୟୀ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ପ୍ରତ୍ୟେକ ପ୍ରଦର୍ଶନରେ ତାଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମତୁଆଲା କରିଛି। ବିଚାରକଙ୍କ ଠାରୁ ଆରମ୍ଭ କରି ସଙ୍ଗୀତପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ କଣ୍ଠଶିଳ୍ପୀ ।

ଗ୍ରାଣ୍ଡ ଫିନାଲ ପୂର୍ବରୁ କିଟ୍ ଓ କିସରେ ଜ୍ୟୋତିର୍ମୟୀଙ୍କ ପାଇଁ ହୋଇଥିଲା ହୋମ୍‍କମିଂ ସେଲିବ୍ରେସନ୍‍। କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା

ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିବା ସହ କିଟ୍‍ର ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମଧ୍ୟରେ ଅଭିନନ୍ଦନ ଜଣାଇଥିଲେ । 

ସେ କିଟ୍‍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ପରେ କିସ୍‍ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ । 

Share

Leave a Reply