ବିକଶିତ ଭାରତର ଅମୃତ କାଳ -ବିଶ୍ୱାସ,ବିକାଶ ଓ ଜନ କଲ୍ୟାଣ
1 min read
Oplus_153223168
- ମୋଦୀ ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନା କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ
- ଗରିବ କଲ୍ୟାଣ ଯୋଜନା ପୂର୍ବରୁ ଲୁଟ ହେଉଥିଲା, ମୋଦୀଜୀ ଆସିବାପରେ ଟେକ୍ନୋଲୋଜି ସଂଯୋଗ କଲେ
- ୧୭୨୫ ଅନାବଶ୍ୟକ ଆଇନ ସମ୍ପୂର୍ଣ୍ଣ ହୋଇଛି ଉଛେଦ
- ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀ ସର୍ବାଧିକ ୪,୩୬୯ ଦିନ କ୍ଷମତାରେ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର //TATKAL ODISHA//
ବିକାଶର ଧାରା, ଓଡ଼ିଶା ସାରା I କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ସବୁଠି ବିକାଶ ପ୍ରତିଫଳିତ I ୨୦୧୪ ମେ ୨୬ରୁ କ୍ରମାଗତ ଭାବେ ଶାସନ କ୍ଷମତାରେ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ବିକାଶ, ସୁରକ୍ଷା ଏବଂ କଲ୍ୟାଣମୂଳକ ଯୋଜନାରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆର୍ଥିକ ଅଭିବୃଦ୍ଧି ଓ ଡିଜିଟାଲ୍ ଇଣ୍ଡିଆ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏହି ଦୀର୍ଘ ସମୟର ମୁଖ୍ୟ ବିଶେଷତା ରହିଛି ।
ମଙ୍ଗଳବାର ଲୋକସେବା ଭବନସ୍ଥ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ ବାର ବର୍ଷ ପୂର୍ତ୍ତି ଉପରେ ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ I
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୂଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଗରିବ କଲ୍ୟାଣ ଯୋଜନା ପୂର୍ବରୁ ଲୁଟ ହେଉଥିଲା, ମୋଦୀଜୀ ଆସିବାପରେ ଟେକ୍ନୋଲୋଜି ସଂଯୋଗ କଲେ I ଦେଶର ୧୧ କୋଟି ଗରିବ ଓ ନିଃସହାୟ ଲୋକଙ୍କୁ ଘର ଦେବାର ବ୍ୟବସ୍ଥା କରିଛନ୍ତି I

କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଡିଜିଟାଲ୍ କ୍ରାନ୍ତି ଆଣିବାରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ କାର୍ଯ୍ୟ କରିଛନ୍ତି I
- ଡିଜିଟାଲ୍ ପେମେଣ୍ଟ୍: ‘ୟୁପିଆଇ’ (UPI) ମାଧ୍ୟମରେ ଦେଶରେ କାରବାର ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି, ଯାହା ବିଶ୍ୱ ସ୍ତରରେ ମଧ୍ୟ ପ୍ରଶଂସିତ ।
- ଆତ୍ମନିର୍ଭର ଭାରତ: କରୋନା ମହାମାରୀ ପରେ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।
- ଜି.ଏସ୍.ଟି. (GST): ଦେଶରେ ‘ଗୋଟିଏ ଦେଶ, ଗୋଟିଏ ଟିକସ’ ବ୍ୟବସ୍ଥା ଲାଗୁ କରାଯାଇ ବ୍ୟାପାର ବାଣିଜ୍ୟକୁ ସରଳ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ଓ ସଂଯୋଗୀକରଣ (Infrastructure)ରେ ମୋଦୀ ସରକାର ଅନେକ ଉଦାହରଣ ସୃଷ୍ଟି କରିଛନ୍ତି I ସାଗରମାଳା ପରିଯୋଜନା, ଗ୍ରୀନ ଫିଲଡ ଏକ୍ସପ୍ରେସ ଏହାର ଉଦାହରଣ I ରେଳ, ସଡ଼କ ଓ ବିମାନ ସେବାରେ ଉନ୍ନତି ହୋଇଛି I
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି ।
- ରେଳ ଓ ସଡ଼କ ପଥ: ନୂତନ ଏକ୍ସପ୍ରେସ୍ୱେ ନିର୍ମାଣ ସହିତ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।
- ସ୍ମାର୍ଟ ସିଟି ମିଶନ୍: ସହରଗୁଡ଼ିକର ଆଧୁନିକୀକରଣ ଏବଂ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ:
- ସ୍ୱଚ୍ଛ ଭାରତ ଅଭିଯାନ: ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।
- ମହିଳା ସଶକ୍ତିକରଣ: ‘ବେଟି ବଚାଓ, ବେଟି ପଢ଼ାଓ’ ଏବଂ ସଂସଦରେ ମହିଳା ସଂରକ୍ଷଣ ଆଇନ ପାରିତ ହେବା ଏକ ବଡ଼ ପଦକ୍ଷେପ ।
- ଆୟୁଷ୍ମାନ ଭାରତ: ଗରିବ ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି।
ସୁରକ୍ଷା ଓ ବୈଦେଶିକ ନୀତି ସ୍ପଷ୍ଟ I କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ,
- ଜାତୀୟ ସୁରକ୍ଷା: ସୀମା ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀକରଣ (Make in India) ଉପରେ ଜୋର୍ ଦିଆଯାଇଛି ।
- ବୈଦେଶିକ ସମ୍ପର୍କ: ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବୃଦ୍ଧି ପାଇଛି ଏବଂ ଜି-୨୦ (G20) ଭଳି ସମ୍ମିଳନୀ ଭାରତରେ ସଫଳତାର ସହ ଆୟୋଜିତ ହୋଇଛି ।
” ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀ ସର୍ବାଧିକ ୪,୩୬୯ ଦିନ କ୍ଷମତାରେ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି” : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ I ଗୁରୁତ୍ୱପୂର୍ଣ୍ଣ ଯେତିକି, ମହତ୍ୱପୂର୍ଣ୍ଣ ସେତିକି I
- ମୋଦୀ ହେଉଛନ୍ତି ପ୍ରକୃତରେ ବିକାଶ ପୁରୁଷ I ସେ ମୋଦୀ ସର୍ବାଧିକ ୪,୩୬୯ ଦିନ କ୍ଷମତାରେ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି I
- ଦେଶରେ ଅଭିବୃଦ୍ଧି ହାର ୭. ୬% କରିବାରେ ମୋଦୀଜୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି I
- ସବୁଜ ଶକ୍ତି କ୍ଷେତ୍ରରେ ଭାରତରେ ବଡ଼ ପ୍ରଗତି ହୋଇଛି I ସବୁଜ ଶକ୍ତି ଉତ୍ପାଦନ ୨୮୩+ ଗିଗାୱାଟ ପହଞ୍ଚିଛି I
- କେନ୍ଦ୍ର – ରାଜ୍ୟ ସମ୍ପର୍କ ଭଲ ହୋଇଛି, ଲୋକେ ଯୋଜନାର ସୁଫଳ ପାଉଛନ୍ତି I
- ଓଡ଼ିଶାରେ ଯୋଗାଯୋଗ ଭିତ୍ତିଭୂମି ଉନ୍ନତି ହୋଇଛି I କେବଳ ରେଳ ବଜେଟରେ ଚଳିତ ବର୍ଷ ୧୦, ୯୦୦ କୋଟି ରାଜ୍ୟକୁ ମିଳିଛି I ରାଜ୍ୟରେ ୯୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଚାଲୁ ରହିଛି I
- କୋଷ୍ଟାଲ ହାଏ ୱେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି I
- ନକ୍ସଲ ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ’ ଭଳି ଜୀବନ-ଜୀବିକାର ଯୋଜନା କାର୍ଯ୍ୟକାରୀ ହୋଇଛି I ନକ୍ସଲମାନେ ମୁଖ୍ୟ ସ୍ରୋତକୁ ଆସିଛନ୍ତି I
- ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ମୋଦୀଜୀ ବହୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି I
- ଓଡିଶା ସମେତ ସମଗ୍ର ଭାରତବର୍ଷରେ ସମବାୟ ଆନ୍ଦୋଳନରେ ପରିଣତ ହୋଇଛି I
- ଭୁବନେଶ୍ୱରସ୍ଥ ପାଣ୍ଡରାରେ ୬୯ କୋଟି ବ୍ୟୟରେ ମତ୍ସ୍ୟ ବଜାର ପାଇଁ ନିଷ୍ପତ୍ତି ହୋଇଛି I
- ଜନଜାତି ଲୋକଙ୍କ ଆର୍ଥିକ ସ୍ଥିତି ଉନ୍ନତି ପାଇଁ କାର୍ଯ୍ୟ କରାଯାଉଛି I ଦୁଇ ବର୍ଷରେ ୨ ଲକ୍ଷ ଜନଧନ ଆକାଉଣ୍ଟ ଖୋଲା ଯାଇଛି I
ଉକ୍ତ ସାମ୍ବାଦିକ କନକ୍ଳେଭରେ ବହୁ ବରିଷ୍ଠ ଅଧିକାରୀ, ସାମ୍ବାଦିକ ଉପସ୍ଥିତ ଥିଲେ I
