tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଇଡିର ପଞ୍ଝାରେ ଜେନା, ବହୁ କୋଟିର ଦୁର୍ନୀତି ଗନ୍ଧ

1 min read

Oplus_16908288

ସିବିଆଇ ପୂର୍ବରୁ ଜେନାଙ୍କ ଘରୁ ୧୭ କେଜି ସୂନା ଜବଦ କରିଥିଲା

  •  ଭୁବନେଶ୍ୱର, ନୂଆଦିଲ୍ଲୀ //TATKAL ODISHA//
  • // SUPER EXCLUSIVE //

ଓଡ଼ିଶାରେ ଗୋଟିଏ ପରେ ଗୋଟିଏ କେଳାଙ୍କାରୀର ପର୍ଦାଫାଶ କରିବାକୁ ଯାଉଛି ଇଏନ୍ଫୋର୍ସମେଣ୍ଟ ଡିରେକଟୋରେଟ ବା ଇଡି I ବାଲି ମାଫିଆ, ଚିଟଫଣ୍ଡ ଘୋଟାଲା, ଖଣି ମାଫିଆଙ୍କ  ପରେ ଏବେ ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ଇଡିର  ନଜର ପଡିଛି I ମନି ଲଣ୍ଡ୍ରି କେଶ ଲାଗୁ ହୋଇଛି I

ଜଣେ ବଡ଼ ଅନୁସନ୍ଧାନକାରୀ ଅଧିକାରୀଙ୍କ କହିବାନୁସାରେ…

  • ୧୯୮୭ ବ୍ୟାଚ୍ IRTS ଅଧିକାରୀ ହେଉଛନ୍ତି  ପ୍ରମୋଦ କୁମାର ଜେନା I ତାଙ୍କ ଭୁବନେଶ୍ୱରସ୍ଥ ଘର ଉପରେ ସିବିଆଇ ପ୍ରାୟ  ଦେଢ଼ ବର୍ଷ ପୂର୍ବରୁ ରେଡ୍ କରିଥିଲା I ସେତେବେଳେ  ଜେନାଙ୍କ ଘରୁ ୧୭ କିଲୋ ସୁନା ଜବଦ ସହ  କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ହତେଇଥିବା ଜଣା ପଡିଥିଲା I ସେବେଠାରୁ ସିବିଆଇ ତଦନ୍ତ ଚାଲୁ ରଖିଛି  I ଠିକ ଏହି ସମୟରେ ଇଡି ତାଙ୍କୁ ଘେରିଛି I “

   

  • ଇଡି ପଞ୍ଝାକୁ ଆସିଥିବା ପୂର୍ବତଟ ରେଳବାଇର ବରିଷ୍ଠ  ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି ଏବଂ  କୋଟି କୋଟି ଟଙ୍କାର ଦୁର୍ନୀତି ସେ କରିଥିବା ଇଡି ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି I ଏପରିକି ତାଙ୍କ ସହ ରାକେଟରେ ଅନ୍ୟ କେଉଁମାନେ ଅଛନ୍ତି ତାହା ମଧ୍ୟ ଖୋଲାତାଡ଼ ଚାଲିଛି I 

ଗତ ୨୩ ଜାନୁଆରୀ ୨୦୨୬ରେ ଇଡି ପକ୍ଷରୁ ଜେନାଙ୍କୁ ହାଜର ପାଇଁ ପ୍ରଥମେ ସମନ ଜାରି ହୋଇଥିଲା I ସେ ୩୦ ଜାନୁଆରୀ ୨୦୨୬ରେ ହେବା କଥା I 

  ମାତ୍ର ଜେନା ହାଜର ନ ହୋଇ ଦଶ ଦିନ ସମୟ ମାଗିଥିଲେ I ଇଡି ତାଙ୍କୁ ଛଅ ଦିନ ସମୟ ଦେଇଥିଲା I ଜେନା ବର୍ତ୍ତମାନସୁଦ୍ଧା ତିନି ଥର ହାଜର ହୋଇସାରିଲେଣି I କେଉଁ ସୂତ୍ରରୁ ଏତେ କୋଟି ମୂଲ୍ୟର ସୁନା ଓ ସମ୍ପତ୍ତି ହାତେଇଲେ ତାହା ଏବେ ତଦନ୍ତ ପରିସରଭୁକ୍ତ I 

ଇଡିର ଏବେ ତଦନ୍ତ ଚାଲିଛି I ଆଗକୁ ଆହୁରି ଘାଣ୍ଟିବ I ଦେଖାଯାଉ କଣ ହେଉଛି ସ୍ଥିତି I

Share

Leave a Reply