03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଭାଙ୍ଗିଲା ପରମ୍ପରା ,ବିଧାନସଭାରେ ସାମ୍ବାଦିକଙ୍କୁ ଲବି ମନା

1 min read
  • ବାଚସ୍ପତିଙ୍କୁ ନିକଟରେ ଓ ୟୁ ଜେର ପ୍ରତିବାଦ

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶା ବିଧାନ ସଭାରେ ସାମ୍ବାଦିକ ମାନେ ସବୁଦିନ ପାଇଁ ଲବି କୁ ଯିବାର ସୁଯୋଗରୁ ବଞ୍ଚିତ ହେବାକୁ ଯାଉଛନ୍ତି। କରୋନା ସମୟରେ ସାମୟିକ ପାଇଁ ସ୍ଥଗିତ ଥିବା ଏହି ବ୍ୟବସ୍ଥାକୁ ଏବେ ସବୁ ଦିନ ପାଇଁ ବନ୍ଦ କରି ଦିଆ ଯାଉଛି। ନିଷ୍ପତ୍ତିକୁ ବିରୋଧ କରି ବାଚସ୍ପତି ସୁରମା ପାଢ଼ୀ ନିକଟରେ ପ୍ରତିବାଦ ଜଣାଇଛି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓ ୟୁ ଜେ)।

ବିଧାନସଭା ଅଧିବେଶନ ସମୟରେ ସାମ୍ବାଦିକମାନଙ୍କୁ ପ୍ରେସ ଗ୍ୟାଲେରୀ ପାସ୍ ମିଳିଥାଏ।ଅଭିଜ୍ଞ ସାମ୍ବାଦିକଙ୍କୁ ଗ୍ୟାଲେରୀ ସହ ଲବି ପାସ୍ ମଧ୍ୟ ମିଳିଥାଏ। ବହୁ ଆଗରୁ ଓଡ଼ିଶା ବିଧାନସଭା ସମେତ ବିଭିନ୍ନ ରାଜ୍ୟର ବିଧାନସଭାରେ ଏହି ବ୍ୟବସ୍ଥା ପଚଳିତ ହୋଇ ଆସୁଛି।

ଲବି ପାସ୍ ସାମ୍ବାଦିକଙ୍କ ର ଏକ ବିଶେଷ ଅଧିକାର।ଅଧିବେଶନ ଚାଲିଥିବା ସମୟ ରେ ସାମ୍ବାଦିକ ମାନେ ଲବି କୁ ଯାଇ ମନ୍ତ୍ରୀ ଓ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରି ଥାଆନ୍ତି।ଏହାଦ୍ବାରା ବିଧାନ ସଭା ରେ ଆଲୋଚିତ ହେଉଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିକ ସ୍ପଷ୍ଟତା ଆସିଥାଏ। କରୋନା ପରେ ଧିରେ ଧିରେ ବିଭିନ୍ନ କଟକଣା ନିଆ ଯାଇଥିଲା।ଏହି କ୍ରମରେ ବିଧାନସଭାରେ ସାମ୍ବାଦିକଙ୍କୁ ଲବି ପାସ ପ୍ରଦାନ କରାଯାଇ ଥିଲେ ମଧ୍ୟ ଲବି କୁ ଯିବାକୁ ଅନୁମତି ନଥିଲା। ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ନିଷ୍ପତି ନିଆ ଯାଇଥିବା ଜଣା ପଡ଼ିଛି।

ଓଡ଼ିଶା ସାମ୍ବାଦିକ ୟୁ। ନିଅନ୍( ଓ ୟୁ ଜେ )ସଭାପତି ପ୍ରସନ୍ନ ମହାନ୍ତି ମେଲ୍ ଯୋଗେ ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଏହାର ପ୍ରତିବାଦ କରିଛନ୍ତି। ଏଭଳି ନିଷ୍ପତ୍ତି ଦ୍ଵାରା ସାମ୍ବାଦିକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯିବ ସହ ବିଧାନସଭାରେ ବହୁ ଆଗରୁ ପ୍ରଚଳିତ ଏକ ସୁସ୍ଥ ପରମ୍ପରାର ଉଲ୍ଲଂଘନ କରାଯାଉଛି ବୋଲି ସେ ଅଭିଯୋଗ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାର ଏହା ପରିପନ୍ଥୀ ବୋଲି ସେ ଦର୍ଶାଇ ଛନ୍ତି।

ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ପୂର୍ବ ବ୍ୟବସ୍ଥା ର ଅନୁପାଳନ କରାଯାଉ ବୋଲି ଓ ୟୁ ଜେ ବାଚସ୍ପତି ଙ୍କ ନିକଟରେ ଦାବି କରିଛି।

Share

Leave a Reply