ଦେଓ ରଞ୍ଜନ ହେଲେ ଡିସି, ସତ୍ୟବ୍ରତ ରାଜସ୍ୱ ପର୍ଷଦ ସଦସ୍ୟ
1 min read
ଭୁବନେଶ୍ୱର //TATKAL ODISHA//
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦରେ ଅନୁ ଗର୍ଗ ଆସୀନ ହେବା ପରେ ନୂଆ ଟିମ ଗଢ଼ିଛନ୍ତି I ସେ ଗୋଟିଏ ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି I
ନୂଆ ବର୍ଷର ପ୍ରଥମ ଦିନରେ ଏହି ଅଦଳ ବଦଳ ହୋଇଛି I
- ୧୯୯୧ ବ୍ୟାଚର ଆଇଏଏସ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ପର୍ଷଦର ସଦସ୍ୟ ଭାବେ ବଦଳି କରାଯାଇଥିବାବେଳେ ୧୯୯୨ ବ୍ୟାଚର ଆଇଏଏସ ତଥା ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ ସିଂହଙ୍କୁ ଉନ୍ନୟନ କମିଶନର (ଡିସି ) ଭାବେ ବଦଳି କରାଯାଇଛି I
- ଦେଓ ରଞ୍ଜନ ନିଜ ଦାୟିତ୍ୱ ସହ ଯୋଜନା ଓ ସମନ୍ବୟ ବିଭାଗ ଓ ରାଜସ୍ବ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଭାର ତୁଲାଇବେ I
- ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା- ନିଜର ସମସ୍ତ ବିଭାଗ ସହିତ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି.
- ସେହିପରି ଶୋଭା ଶର୍ମା- ନିଜର ସମସ୍ତ ବିଭାଗ ସହିତ ଜଳସଂପଦ ବିଭାଗର ଅତିରିକ୍ତ ଦାୟିତ୍ବ
- ଭାସ୍କର ଜ୍ୟୋତି ଶର୍ମା- ନିଜର ସମସ୍ତ ବିଭାଗ ସହିତ ଜଙ୍ଗଲ ଓ ପରିବେଷ ବିଭାଗର ପ୍ରମୁଖ ଶାସନ ସଚିବ
- ପ୍ରଭାକର ରାଜେଶ ପାଟିଲ- ନିଜର ସମସ୍ତ ବିଭାଗ ସହିତ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏମଡି
- ମଧୁମିତା ରଥ- ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବରୁ ନୟାଗଡ ଜିଲ୍ଲାପାଳ ଭାବେ ନିଯୁକ୍ତି
- ଅକ୍ଷୟ ସୁନୀଲ ଅଗ୍ରୱାଲ- ନୟାଗଡ ଜିଲ୍ଲାପାଳରୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି

