tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମାର୍ଚ୍ଚରେ ଓଡ଼ିଶା ଗସ୍ତରେ ପ୍ରିୟଙ୍କା ଗାନ୍ଧୀ

1 min read
  • ଦଶ ଜିଲ୍ଲାରେ ଦଶ ମହିଳା ସମାବେଶରେ ଯୋଗଦେବେ

ଭୁବନେଶ୍ୱର,//TATKAL ODISHA //

ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ଆସିବେI ଦଶ ବିଶାଳ ମହିଳା ସମାବେଶକୁ ସେ ସମ୍ବୋଧିତ କରିବାର ସମ୍ଭାବନା ରହିଛି।

ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ।


ଗଣମାଧ୍ୟମକୁ ଭକ୍ତ କହିଛନ୍ତି ଯେ, ଓଡ଼ିଶାରେ କଂଗ୍ରେସର ସଂଗଠନକୁ ମଜଭୁତ୍ କରିବା ପାଇଁ ଓଡ଼ିଶା ଗସ୍ତ କରୁଛନ୍ତି। ଦ୍ୱିତୀୟରେ ମହିଳା ଅଧିକାର ଏବଂ ସୁଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରିୟଙ୍କା ଗାନ୍ଧୀ ଦିକ୍ଷାନ୍ତ ଭାଷଣ ଦେବେ। ତାଙ୍କ ନେତୃତ୍ୱ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସକୁ ପ୍ରେରଣା ଦେବ ଏବଂ ସେମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରେରଣା ମଧ୍ୟ ଦେବ।


ଭକ୍ତ କହିଛନ୍ତି ଯେ, ପ୍ରିୟଙ୍କାଙ୍କ ଗସ୍ତ ସମୟରେ ଦଳ ୧୦ଟି ଜିଲ୍ଲାରେ ମହିଳା ସମାବେଶ ଆୟୋଜନ କରିବା ପାଇଁ ଯୋଜନା କରାଯାଉଛି। ଜିଲ୍ଲାର କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାଗତ କରିବେ। ସବୁ ସମାବେଶରେ ବହୁଳ ସଂଖ୍ୟାରେ ମହିଳା ଯୋଗ ଦେବେ ବୋଲି ଆଶା କରାଯାଉଛି।

Share

Leave a Reply