ନୂଆବର୍ଷରୁ ସିଏସ ‘ମଙ୍ଗ’ ଧରିବେ ଅନୁ?
1 min read
ଭୁବନେଶ୍ୱର//TATKAL ODISHA //
ନୂଆ ବର୍ଷରୁ କିଏ ଧରିବ ଓଡ଼ିଶାର ଶାସନର ମଙ୍ଗ? ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିଲା ବେଳେ ଅନୁ ଗର୍ଗଙ୍କ ନାମ ସର୍ବାଗ୍ରେ ଥିବା ଚର୍ଚ୍ଚା ଜୋର ଧରିଛି I
ହେଲେ ସରକାରୀ ଭାବେ ଘୋଷଣା କରାଯାଇନାହିଁ ।
ବର୍ତମାନର ମୂଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟ କାଳ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ।
“ଯଦି ଅନୁ ଗର୍ଗ ମୁଖ୍ୟ ସଚିବ ପଦରେ ଆସୀନ ହୁଅନ୍ତି, ତାହାଲେ ସେ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ”
ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଥିବା ବେଳେ ତାଙ୍କ ଅଧିନରେ ଜଳ ସମ୍ପଦ, ଯୋଜନା ଓ ସମନୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ ରହିଛି ।

- ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ୩୦ ଜୁନ୍ ୨୦୨୪ରେ ଅବସର ନେଲା ପରେ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଦାୟିତ୍ଵ ଗ୍ରହଣ କରିଥିଲେ। କାରଣ ୨୦୨୩ ମସିହା ଫେବ୍ରୁଆରି ୨୮ ରେ ପ୍ରଦୀପ କୁମାର ଜେନା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ୨୦୨୩ ଡିସେମ୍ବର ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁଥିବାବେଳେ ଏହାକୁ ଆଉ ୬ ମାସ ବଢ଼ାଇଥିଲେ ରାଜ୍ୟ ସରକାର I
- ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଦୁଇ ଥର ଛ ମାସ କରି ବଢ଼ି ସାରିଛି I ପୁଣି ଛ ମାସ ବଢିବ ବୋଲି ଚର୍ଚ୍ଚା ହେଉଥିଲା I ମାତ୍ର ତାହା ହେଲା ନାହିଁ I ଅନୁଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର I
- ଅନ୍ୟ ପକ୍ଷରେ ଓଡ଼ିଆ IAS ମୁଖ୍ୟ ସଚିବ ଭଳି ଗୁରୁତ୍ପୂର୍ଣ୍ଣ ଆସନରେ ରହି ପାରିଲେ ନାହିଁ I
