ନୂଆ ରୂପରେ ଭଦ୍ରକ ବସଷ୍ଟାଣ୍ଡ :ଅଟଳ ବସଷ୍ଟାଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ
1 min read
ଭୁବନେଶ୍ୱର,//TATKAL ODISHA//
ଭଦ୍ରକ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହାର ନବୀକରଣ କରାଯିବ। ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ଭାବରେ ସମସ୍ତ ମାନକ ପୂର୍ଣ୍ଣ କରିବା ତଥା ଏକ ଉତ୍ତମ ପରିଚାଳନା ବ୍ୟବସ୍ଥା ସୃଷ୍ଟି କରାଯିବ। ଏହା ସହ ବରାଳ ପୋଖରୀ, ଚରମ୍ପାରେ ଓଏସଆରଟିସିର ଥିବା ୩.୪୮୦ ଏକର ଯାଗାକୁ ଉପଯୋଗ କରି ଏକ ବହୁମୂଖୀ ବାଣିଜ୍ୟିକ ବଜାର ସୃଷ୍ଟି କରାଯିବ। ଏହା ଓଏସଆରଟିସିର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପରେ ସ୍ଥାନାନ୍ତର ହେଉଥିବା ସମସ୍ତଙ୍କୁ ଥଇଥାନ କରିବାର ସମ୍ପୁର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯିବ I
ଶୁକ୍ରବାର ଭଦ୍ରକରେ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି କିିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର , ଭଦ୍ରକ ଜିଲ୍ଲାପାଳ, ଉପ ଜିଲ୍ଲାପାଳ,OSRTC ପରିଚାଳନା ନିର୍ଦ୍ଦେଶକ ଏବଂ ଅତିରିକ୍ତ ସଚିବ ଯୋଗ ଦେଇଥିଲେ।
