ବଢ଼ିଲା ବିଧାୟକଙ୍କ ଦରମା, ଗୃହରେ ସମସ୍ତେ ଏକ
1 min read
- କାହାର କେତେ ବଢିଲା ଦେଖନ୍ତୁ..
ଭୁବନେଶ୍ୱର //TATKAL ODISHA //
ବିଧାୟକଙ୍କ ଦରମା ବଢିଛି। ଗୃହରେ ସମସ୍ତେ ଏକ ହୋଇଛନ୍ତି I
ମଙ୍ଗଳବାର ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀଙ୍କ ନିର୍ଦେଶକ୍ରମେ ପ୍ରଥମେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଳିଙ୍ଗ ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି, ବିରୋଧୀ ଦଳ ନେତା, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ହେବ ସେନେଇ ବିଧେୟକ ଆଗତ କରିଥିଲେ I ଏହାକୁ ଗୃହରେ ଦଳ ମତ ନିର୍ବିଶେଷରେ ସମର୍ଥନ କରିଥିଲେ I
୫ ଜୁନ ୨୦୨୪ରୁ ପିଛିଲା ଭାବେ ବର୍ଦ୍ଧିତ ଦରମା ପାଇବେ ସବୁ ବିଧାୟକ
ପ୍ରତି ୫ ବର୍ଷରେ ଦରମା ବଢିବା ବ୍ୟବସ୍ଥା
ଦରମା ବୃଦ୍ଧି ପାଇଁ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିସାରିଛି ।
କମିଟିର ସୁପାରିଶ ଆଧାରରେ ଦରମା ବୃଦ୍ଧି କରାଯାଇଛି ।

କେତେ କାହାର ଦରମା?
- ବିଧାୟକ ପାଇବେ- ₹ 3,53,000/-
- ମନ୍ତ୍ରୀ ପିଇବେ- ₹ 3,90,000/-
- ଉପବାଚସ୍ପତି ପାଇବେ- ₹ 4,12,000/-
- ବାଚସ୍ପତି ପାଇବେ- ₹ 4,23,000/-
- ମୁଖ୍ୟମନ୍ତ୍ରୀ/ବିରୋଧୀ ଦଳ ନେତା- ₹3,35,000/-(ସରକାରୀ ସୁବିଧା ବ୍ୟତୀତ)
କୌଣସି ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।

ପୂର୍ବରୁ କେବେ ବଢିଥିଲା?
ଓଡ଼ିଶାରେ ୨୦୧୭ରେ ବିଧାୟକଙ୍କ ଦରମା ବଢ଼ିଥିଲା । ଏହାରି ଭିତରେ ୮ ବର୍ଷ ହେଲାଣି ଦରମା ବଢି ନଥିଲା ।
– ବିଧାୟକ ଏବେ ମାସିକ ପାଉଛନ୍ତି ପ୍ରାୟ ୧ ଲକ୍ଷ ଟଙ୍କା
– ପୂର୍ବତନ ବିଧାୟକଙ୍କ ପେନସନ ପାଉଛନ୍ତି ୩୫ ହଜାର ଟଙ୍କା
ଏହି ବିଧେୟକ ପାରିତ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଳତଵୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ I
a
