tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମହାନଦୀ ଜଳ ବିବାଦ : ଗଠନ ହେଲା ଉଚ୍ଚସ୍ତରୀୟ କମିଟି

1 min read
  • ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର //TATKAL ODISHA //

ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି, ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି।


କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ।

ଏହି କମିଟିରେ ନିମ୍ନଲିଖିତ ବିଧାୟକ/ବିଧାୟିକାମାନେ ସଦସ୍ୟ ଅଛନ୍ତି ।

  • . ସୁରେଶ ପୂଜାରୀ, ମନ୍ତ୍ରୀ, ସଦସ୍ୟ
  • ପୃଥ୍ବୀରାଜ ହରିଚନ୍ଦନ, ମନ୍ତ୍ରୀ, ସଦସ୍ୟ
  • ସମ୍ପଦ ଚନ୍ଦ୍ର ସ୍ଵାଇଁ, ମନ୍ତ୍ରୀ, ସଦସ୍ୟ
  • ସରୋଜ କୁମାର ପ୍ରଧାନ, ସରକାରୀ ମୁଖ୍ୟ ସଚେତକ, ସଦସ୍ୟ
  • ନିରଂଜନ ପୂଜାରୀ, ବିଧାୟକ, ସଦସ୍ୟ
  • ଜୟନାରାୟଣ ମିଶ୍ର, ବିଧାୟକ, ସଦସ୍ୟ
  • ସୋଫିଆ ଫିର୍ଦୋସ୍, ବିଧାୟିକା, ସଦସ୍ୟା
Share

Leave a Reply