ବିଜେପିକୁ ବାଏ ବାଏ କଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା

0

କଟକ//TATKAL ODISHA//

ବିଜେପିକୁ ବାଏ ବାଏ କରିଛନ୍ତି ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା I ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଦେଇଛନ୍ତି I

କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ I 2014ରେ କଂଗ୍ରେସରୁ ସାଲେପୁର ବିଧାୟକ ହୋଇଥିଲେ I ପରେ 2019ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇ ଥିଲେ I ହେଲେ ସଫଳ ହୋଇ ପାରି ନ ଥିଲେ I

ପ୍ରକାଶ ଖୁବଶୀଘ୍ର ବିଜେଡିରେ ମିଶିବାର ସମ୍ଭାବନା ରହିଛି I ସାଲେପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପାର୍ଥୀ ଘୋଷଣା କରି ନଥିବାରୁ ସେ ସେହି ଆସନରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି I ମାତ୍ର ପ୍ରକାଶ ତାହା ସ୍ପଷ୍ଟ କରି ନାହାନ୍ତି I

Leave A Reply

Your email address will not be published.