ସୁବାସିନୀଙ୍କୁ ପ୍ରାର୍ଥୀ ଭାବେ ପାଇ ବସ୍ତା ଭୋଟର ଆନନ୍ଦରେ ବିଭୋର

0
  • ଦୀପାବଳି ଭ୍ରମ ସୃଷ୍ଟି

ବାଲେଶ୍ୱର, ଭୁବନେଶ୍ୱର,//TATKAL ODISHA//

ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ ଭାବେ ପାଇ ବସ୍ତା ଭୋଟର ଆନନ୍ଦରେ ବିଭୋର ହୋଇଛନ୍ତି I ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା ପରେ ନିର୍ବାଚନ ମଣ୍ଡଳୀର ଅଧିକାଂଶ ସ୍ଥାନରେ ଲୋକେ ବାଣ ଫୁଟାଇ ଖୁସି ମନାଇଛନ୍ତି I ତାହା ଦୀପାବଳିର ଭ୍ରମ ସୃଷ୍ଟି କରିଛି I

ଗତ କାଲି ଅର୍ଥାତ ବୁଧବାର ଓଡ଼ିଶାର ମୋଟ୍ ୧୪୭ ବିଧାନସଭା ଆସନ ମଧ୍ୟରୁ ୭୧ ଆସନରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

ଅଧିକାଂଶ ଆସନରେ ପୁରୁଣା ପ୍ରାର୍ଥୀ ଵା ତାଙ୍କ ପୁଅଙ୍କୁ ଟିକେଟ୍ ମିଳିଥିବାବେଳେ ବସ୍ତା ଓ ଯାଜପୁର ଭଳି କିଛି ଆସନରେ ମହିଳାଙ୍କୁ ନୂଆକରି ପ୍ରାର୍ଥୀ କରାଯାଇଛି ।

ବସ୍ତା ବିଧାନସଭା ଆସନରେ ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ବିଜେଡି ପ୍ରାର୍ଥୀ ହୋଇଛନ୍ତି I ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି I ଲୋକେ ସୁବାସିନୀଙ୍କୁ ପାଛୋଟି ନେଇ ଥିବା ଜଣାପଡ଼ିଛି I


Leave A Reply

Your email address will not be published.