ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

0

ଭୁବନେଶ୍ୱର //TATKAL ODISHA//

ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଓଡ଼ିଆ ଜାତୀୟତା ଓ ଅଶ୍ମିତାର ପ୍ରତିକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 

ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ  କରାଯାଇଛି I 

   ଭୁବନେଶ୍ୱରସ୍ଥ ବୁଲନ ଭାଇ ସେବା ସଦନ ସଭାକକ୍ଷରେ ଅନୁଷ୍ଠିତ ଏହି ମନୋଜ୍ଞ ଉତ୍ସବର ମୁଳ ଆଭିମୁଖ୍ୟ ରହିଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଓଡ଼ିଆ ସାମଗ୍ରିକ ବିକାଶ I 

ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ଼ ଅମୀୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ସାହିତ୍ୟିକ ପ୍ରଫେସର ମନୋରଞ୍ଜନ ଦାସ, ମୀନକେତନ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ବାରିକ ପ୍ରମୁଖ କୁଳବୁଦ୍ଧ ମଧୁବାବୁଙ୍କ ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜେନାମଣୀ ଦିଲୀପ କୁମାର ରାୟ, ଜିତେନ୍ଦ୍ର ପଟ୍ଟନାୟକ, ନିମାଇଁ ନନ୍ଦ ଓ ସୁବୋଧ କାଣାନଗୋ ପ୍ରମୁଖ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଥିଲେ I 

  • ଏହି ଅବସରରେ ଅତିଥି ମହୋଦୟ ବିଶିଷ୍ଟ ସାମ୍ବାଦିକ ତଥା ଗବେଷକ ଜିତେନ୍ଦ୍ର ପଟ୍ଟନାୟକ ଓ ଅନ୍ୟ କୃତବିତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା I 

ଶେଷରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆବାହକ ଶ୍ରୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I 

Leave A Reply

Your email address will not be published.