ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଡୁଆରେ ପଡ଼ିଲେ ଡିଏମ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ

0
  • ଭୁବନେଶ୍ୱର//TATKAL ODISHA//

ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଶାଳୀନ ଭାଷା ଓ ଚଞ୍ଚକତା କରି ଚାକିରିରୁ ବିଦା କରିବା ଘଟଣାକୁ ନେଇ ବରଗଡ଼ ଥାନାରେ ଏତଲା ଦାୟର ହେବା ପରେ DM PUPLIC ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ ଅଡ଼ୁଆ ଜାଲରେ ଛନ୍ଦି ହୋଇଛନ୍ତି I ତାଙ୍କ ନାଁରେ ସମ୍ପୃକ୍ତ ଥାନାର ଥାନାଧିକାରୀ ଭାରତୀୟ ପିଙ୍ଗଳ କୋର୍ଡ଼ର 294 ଓ 506 ଦଫା ଲାଗୁ କରି ତଦନ୍ତ ଆରମ୍ଭ କରିଛନ୍ତି I 

    ସୂଚନାନୁସାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ 316 ଓ ସାଇ ମନ୍ଦିର ସନ୍ନିକଟ ବାସୁଆଘାଇ ଗାଁରେ ରହିଛି ଏହି ଡିଏମ ପବ୍ଲିକ ସ୍କୁଲ I 2015ରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସ୍କୁଲରେ  ସରୋଜ କୁମାର ପାଢ଼ୀ 2018ରୁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି I ହେଲେ ସେ ଆରମ୍ଭରୁ କିଛିନା କିଛି ବିବାଦରେ ଛନ୍ଦି ହୋଇଛନ୍ତି I ଏବେ ସ୍କୁଲରେ ପ୍ରାୟ ନବେ ପ୍ରତିଶତ ମହିଳା ଶିକ୍ଷୟିତ୍ରୀ ଥିବାବେଳେ ଅଧ୍ୟକ୍ଷ ଓ ଅଳ୍ପ କିଛି ପୁରୁଷ ଷ୍ଟାଫ ଅଛନ୍ତିI କାଁ ଭାଁ କିଛି ଜଣଙ୍କୁ ଛାଡ଼ି ଦେଲେ ଅଧିକାଂଶ ଶିକ୍ଷୟିତ୍ରୀଙ୍କୁ ଅଧ୍ୟକ୍ଷ ଶ୍ରୀ ପାଢ଼ୀ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି I ଏପରିକି ଯେଉଁ ଶିକ୍ଷୟିତ୍ରୀ ଦରମା ଵା ଛୁଟି କଥା କହନ୍ତି ତାଙ୍କୁ ଅଧ୍ୟକ୍ଷ ନିଜ ପ୍ରକୋଷ୍ଠକୁ ଡାକି ସିସି ଟିଭି ନ ଥିବା ସୁଯୋଗରେ ମନଇଛା ଆଶାଳୀନ ଭାଷାରେ ଗାଳି ଦେଇଥାନ୍ତି I ନୂଆ ଏକାଡେମୀକ ସେସନ ପୂର୍ବରୁ ଅଧ୍ୟକ୍ଷ ଜାଣିଶୁଣି ଦରମା ନବଢ଼ାଇ ବିଭିନ୍ନ ଆଳ କରି ଶିକ୍ଷୟିତ୍ରୀମାନଙ୍କୁ ବିଦା କରିଥାନ୍ତି I ଚଳିତ ବର୍ଷ 31 ମାର୍ଚ୍ଚ  ପୂର୍ବରୁ ଏମିତି ଛଅ ଜଣ ଶିକ୍ଷୟିତ୍ରୀଙ୍କୁ ଅନ୍ୟାୟ ଭାବେ ବିଦା କରିଥିବା ଜଣାପଡ଼ିଛି I ସରକାରୀ ନିୟମକୁ ଫୁ କରି ସମ୍ପୃକ୍ତ ଅଧ୍ୟକ୍ଷ ଓ ସ୍କୁଲ କର୍ତ୍ତୃପକ୍ଷ ମିଳିତ ହୋଇ ରାଜଧାନୀ ଛାତି ଉପରେ ଏମିତି ଦ୍ରୌରାତ୍ମ୍ୟ ଜାରି ରଖିଥିଲେ ହେଁ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ I

  • ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣେ ଶିକ୍ଷୟିତ୍ରୀ ବରଗଡ଼ ଥାନାରେ ଗତ 22 ଏପ୍ରିଲ 2024ରେ କେସ ଦାୟର( କେସ ନଂ 282/2024) ୠଜୁ କରିବା ପରେ ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନିର୍ଦେଶରେ ଏସଆଇ ଏ. କର ତଦନ୍ତ କରୁଛନ୍ତି I ତେବେ ଓଡ଼ିଶା ସରକାର ମହିଳା ସୁରକ୍ଷା ପାଇଁ ଅନେକ ଜରୁରୀ ପଦକ୍ଷେପ ନେଉଥିବାବେଳେ ପୀଡିତା  ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ମିଳିବା ଦରକାର ବୋଲି କିଛି ଅଭିଭାବକ ଦାବି କରିଛନ୍ତି I 

 ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ସମ୍ପୃକ୍ତ ଡିଏମ ସ୍କୁଲ ଅଧ୍ୟକ୍ଷଙ୍କ ପୂର୍ଵ କେଳେଙ୍କାରୀ ବି ପଦାକୁ ଆସିଛି I ଜଣେ ଶିକ୍ଷୟିତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, “ମହିଳାଙ୍କୁ କେମିତି ବ୍ୟବହାର କରିବା କଥା ସରୋଜ କୁମାର ପାଢ଼ୀ ଜାଣି ନାହାନ୍ତି I ତାଙ୍କ ଭାଷାରେ ନିୟନ୍ତ୍ରଣ ନାହିଁ I କଥା କଥାକେ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରନ୍ତି I ଲାଜ ଓ ଭୟରେ ମହିଳା ଶିକ୍ଷୟିତ୍ରୀ କାହାକୁ କିଛି କହନ୍ତିନାହିଁ I ପୂର୍ବରୁ ସେ ଯେଉଁ ସ୍କୁଲରେ ଥିଲେ ସେଠି ବି ସେହି ସମାନ ସ୍ଥିତି ହେବାରୁ ରାତାରାତି ସେ ଭୁବନେଶ୍ୱର ପଳାଇ ଆସିଛନ୍ତି I ତେଣୁ ତାଙ୍କୁ ସ୍କୁଲରୁ ବହିଷ୍କାର ସହ କଠୋର ଦଣ୍ଡରେ ଦଣ୍ଡିତ ହେବା ଦରକାର I”

 ଅନୁରୂପ ମତ ଦେଇଛନ୍ତି ଆଉ ଜଣେ ଶିକ୍ଷୟିତ୍ରୀ I ସେ କହିଛନ୍ତି ଯେ, “ସ୍କୁଲ ସାରା ସିସି ଟିଭି ଲାଗିଥିଲା ବେଳେ ଅଧ୍ୟକ୍ଷ ନିଜ ପ୍ରକୋଷ୍ଠରେ ତାହା ଲଗାଇ ନାହାନ୍ତି I ସେଥିପାଇଁ ସେ ନିଜ କୋଠରୀକୁ ଡାକୁ ମନ ଇଛା ଅସଭ୍ୟ ଆଚରଣ କରନ୍ତି I ଏସବୁ ଭଷାରେ ବ୍ୟକ୍ତ କରି ହେବ ନାହିଁ I  ସରକାରଙ୍କ ଗଣଶିକ୍ଷା ବିଭାଗ ଏକଥା ଜାଣନ୍ତୁ I ମୋର ଦାବି ତାଙ୍କୁ ଦଣ୍ଡ ମିଳୁ I”

ସ୍କୁଲ ପରିଚାଳନା ସହ ସମ୍ପୃକ୍ତ ଜଣେ ଅଭିଭାବକ ନିଜ ନାଁକୁ  ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଡିଏମ ସ୍କୁଲ କିଛି ବି  ସରକାରୀ ନିୟମ ମାନୁନାହିଁ I ସ୍କୁଲ ପ୍ରାସାଦ ପାଇଁ ଆନୁସଙ୍ଗିକ ଅନୁମତି ନାହିଁ I ସ୍କୁଲରେ ‘ଫାୟାର ସେଫଟି’ ସରଞ୍ଜାମ ଲାଗିଥିଲେ ହେଁ କାର୍ଯ୍ୟ କରୁନାହିଁ I ସରକାରୀ ସାର୍ଟିଫିକେଟ ବି ନାହିଁ I ସ୍କୁଲରେ ଲିଫ୍ଟ ଓ ରାମ୍ପ ନ ଥାଇ ଦିବ୍ୟାଙ୍ଗ ପିଲାଙ୍କୁ ତିନି ମହଲାକୁ ଟେକି ଟେକି ନିଆଯାଉଛି I ପିଲା ଖେଳିବା ପାଇଁ ଥିବା ଖେଳ ପଡ଼ିଆରେ ଗାଇ ଗୋହାଲ ହୋଇଛି I ଶିକ୍ଷୟିତ୍ରୀଙ୍କୁ ବିନା ଦୋଷରେ ବିଦା କରାଯାଇଛି Iସରକାରୀ ଛୁଟିରେ ବି ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଉଛି I ସ୍କୁଲ ଉନ୍ନୟନ ନାଁରେ ପିଲାଙ୍କ ଠାରୁ ଅତ୍ୟଧିକ ଡୋନେସନ ଆଦାୟ ହେଉଛି I ତେଣୁ ରାଜ୍ୟ ସରକାର ଓ ସିବିଏସଇ ବୋର୍ଡଙ୍କୁ ମୋର ଅନୁରୋଧ, ଏସବୁ ଅଭିଯୋଗର ସତ୍ୟତା ଜାଣିବା ପାଇଁ ସିସିଟିଭି ଯାଞ୍ଚ ସହ ଉପଯୁକ୍ତ ତଦନ୍ତ କଲେ ସବୁ ଗୁମର ପଦାକୁ ଆସିବ I ଫଳରେ ଅଭିଭାବକ ଓ ଶିକ୍ଷୟିତ୍ରୀ ଅନ୍ୟାୟର ଶିକାର ହେବେ ନାହିଁ I “

ଯଦି ଏହି ଅଭିଯୋଗ ସତ୍ୟ, ତାହାଲେ ନିଶ୍ଚିତ ଭାବରେ ସାଙ୍ଘାତିକ I 

Leave A Reply

Your email address will not be published.