ଅନନ୍ୟ ପ୍ରତିଭା ଗଜପତି କୃଷ୍ଣଚନ୍ଦ୍ର

0

ଅନନ୍ୟ ପ୍ରତିଭା ଗଜପତି କୃଷ୍ଣଚନ୍ଦ୍ର 1936ମସିହା ଏପ୍ରିଲ 1ତାରିଖରେ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ପବିତ୍ର ଜନ୍ମଦିବସ I

1892ମସିହା ଏପ୍ରିଲ 26ରେ ସେ ଜନ୍ମ ହୋଇ 1974 ମେ 25ରେ ପରଲୋକ ପ୍ରାପ୍ତ ହୋଇଥିଲେ |ତାଙ୍କ ପିତାମାତାଙ୍କ ନାମ ଥିଲା ଯଥାକ୍ରମେ ଗୌର ଚନ୍ଦ୍ର ନାରାୟଣ ଦେଵ ଓ ରାଧାମଣୀ ଦେଵୀ | ପାରଳାଖେମୁଣ୍ଡି ସ୍ଥିତ ମହାରାଜା ହାଇସ୍କୁଲରୁ ଶିକ୍ଷା ସମାପ୍ତ କରି ମାଡ୍ରାସ Newngton college ରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ |

ସେଠାରେ ପଢୁ ଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା |ତେବେ ଶିକ୍ଷା ସମାପ୍ତ କରି ସେ ନିଜ ଜମିଦାରୀପାରଳାଖେମୁଣ୍ଡି ଫେରିଆସି ନିଜ ଦାୟିତ୍ୱ ସମ୍ପାଦନରେ ନିଜକୁ ନିୟୋଜିତ କଲେ |1913 ମସିହାରେ ସେ ଖରସୁଆଁ ରାଜ କୁମାରୀଙ୍କୁ ବିବାହ କରିଥିଲେ |ସେ ନଳିନୀ ପାଟ ମହାଦେବୀ ନାମରେ ପରିଚିତ ହେଲେ |
ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିରେ ଜୟପୁର ମହାରାଜା ବିକ୍ରମ ଦେବ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏହି ଅଧିବେଶନରେ କୃଷ୍ଣଚନ୍ଦ୍ର ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ |ନିଜର ଦାବି ଉପସ୍ଥାପନ ପାଇଁ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଦୃଢ ଯୁକ୍ତି ଉପସ୍ଥାପନା କରିଥିଲେ |

ତାଙ୍କ ଯୁକ୍ତି ଏତେ ଦୃଢ ତଥା ହୃଦୟ ସ୍ପର୍ଶି ଥିଲା ଯେ ଇଂଲଣ୍ଡର ସାଧାରଣ ଜନତାଙ୍କୁ ଛୁଇଁ ଥିଲା |

ଏମିତି କି ଭାରତୀୟ ମାନେ ମଧ୍ୟ ସ୍ୱତନ୍ତ୍ର ଓଡିଶା ଗଠନ ଦାବିର ଯଥାର୍ଥତା ବୁଝି ପାରିଥିଲେ |

  • ଇଂଲଣ୍ଡରେ ପ୍ରଥମ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ସମୟର କଥା ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଦର୍ଶ ତାହା ଏଠାରେ ନ ଲେଖିଲେ ସେ ମହାତ୍ମାଙ୍କ ପ୍ରତି ଅସମ୍ମାନ ହେବ ନିଶ୍ଚୟ |ସେ ଅନେକ ବିନିଦ୍ର ରଜନୀ ବିତେଇ ଥାନ୍ତି ନିଜକୁ ବୈଠକ ପାଇଁ ପ୍ରସ୍ତୁତ କରିବାକୁ |ସେ ରହୁଥିବା ବଙ୍ଗଳା ପରିସରରେ ଏକ ଗଛ ମୂଳରେ ବସି ଲେଖାରେ ବ୍ୟସ୍ତ ଥାନ୍ତି | ତାଙ୍କ ସହଯୋଗୀ ଶ୍ରୀରାମ ସ୍ୱାମୀ ମୁଦାଳିୟାର ତାଙ୍କୁ ପଚାରିଲେ “ଆପଣଙ୍କ ଭାଷଣ ଲେଖାରେ ସହାଯ୍ୟ କରିପାରିବି?
  • ଗଜପତି କୃଷ୍ଣଚନ୍ଦ୍ର ଉତ୍ତର ଦେଲେ,”ତୁମେ ନିଶ୍ଚୟ ଭଲ ଭାଷାରେ ଭାଷଣ ଲେଖି ପାରିବ, ହେଲେ ତୁମେ ମୋ ଓଡ଼ିଆ ହୃଦୟର ଭାବନା କିପରି ପାଇପାରିବ?” ଏଭଳି ଓଡ଼ିଆ ଭାଷା ପ୍ରେମ ଆଜି କାହିଁ? 1937ମସିହା ଏପ୍ରିଲ 1ତାରିଖରେ ସେ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ସେହି ବର୍ଷ ଜୁଲାଇ 19ପର୍ଯ୍ୟନ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ |. 1941ନଭେମ୍ବର 29ରେ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ | ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଉଚ୍ଚ ନ୍ୟାୟାଳୟ, ବିଦ୍ୟାଧର ପୁର ଧାନ ଗବେଷଣା କେନ୍ଦ୍ର ଆଦି ସ୍ଥାପିତ ହୋଇଥିଲା |
    ସେ ଥିଲେ ବିଦ୍ୟାନୁରାଗୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରେମୀ, ଉଦାର ହୃଦୟର ମଣିଷ | ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଉନ୍ନତି ପାଇଁ ସେ ପାରଳାଖେମୁଣ୍ଡିରେ ଏକ theatre ଗୃହ ନିର୍ମାଣ କରିଥିଲେ |
  • ଆଜି ଆମର ପରିଚୟ ଆମ ଓଡ଼ିଆ ଭାଷା ତା ପରିଚୟ ଖୋଜୁଛି |ଭାଷା ଭିତ୍ତିକ ପ୍ପ୍ରଥମ ରାଜ୍ୟରେ ଭାଷା, ସୀମା, ଅସୁରକ୍ଷିତ |ଏସବୁ ଦେଖି ଗଜପତି କୃଷ୍ଣଚନ୍ଦ୍ରଙ୍କ ଆତ୍ମା ବିଳାପ କରୁଥିବ!
    ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ଆଜିର ଦିନରେ ଶପଥ ନେବାକୁ ହେବ ଆଉ ତାହା ହେବ ଗଜପତିଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି 🙏🙏

ବନ୍ଦେ ଉତ୍କଳ ଜନନୀ

ଶ୍ରୀକାନ୍ତ ଦାଶ
ସଭାପତି,”ଅବି “ଓ ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ 🙏ଦୂରଭାଷ 9238304919

Leave A Reply

Your email address will not be published.