03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୁରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କ ସଂସ୍ଥା ଡିଜିସିଏ ଶ୍ରୀମନ୍ଦିରକୁ ରେଡ ଜୋନ ଘୋଷଣା କରିବାର ଆବଶ୍ୟକତା ଥିଲା କି ?

1 min read
  • ବନମାଳୀ ଦାଶ
  • +++++++++

ଶ୍ରୀମନ୍ଦିରକୁRED_ZONEଘୋଷଣା।

“ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। RED ZONE ଅବଧି ୩ ବର୍ଷ; ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଥିଲା”

ସୁରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କ ସଂସ୍ଥା ଡିଜିସିଏ ଶ୍ରୀମନ୍ଦିରକୁ ରେଡ ଜୋନ ଘୋଷଣା କରିବାର ଆବଶ୍ୟକତା ଥିଲା କି ?

ଇଏ ଗୋଟିଏ ବଡ଼ ପ୍ରଶ୍ନ। ଏହାର ସହଜ ସରଳ ଉତ୍ତର ହେବ ହଁ!

କାରଣ ଚଳିତବର୍ଷରେ ଏଇ ୯ ମାସ ଭିତରେ ଯଦି ଆମେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ୮ ଥର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼େଇବା ରାଜ୍ୟ ସରକାର ବାଧ୍ୟ ହୋଇ ଡିଜିସିଏ ର ସହଯୋଗ ଲୋଡ଼ିବେ। ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସେଇଆ ହିଁ ହେଇଛି। ଯେଉଁଥିପାଇଁ ଜିଲ୍ଲାପାଳ ଡିଜିସିଏଙ୍କୁ ପତ୍ର ଲେଖିଲେ। ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବ ଦେଇ ଡିଜିସିଏ ୩ ବର୍ଷ ପାଇଁ ଶ୍ରୀମନ୍ଦିର ଚତୁଃର୍ପାଶ୍ବକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରିଛନ୍ତି। ଆମର କହିବା କଥା ହେଲା ଆମେ ଶ୍ରୀମନ୍ଦିର ନୀତି ନିୟମକୁ ନ ମାନିବା କାରଣରୁ ସରକାର ବାଧ୍ୟ ହୋଇ ଆଇନକୁ କଠୋର କରିଲେ।

ଆମେ ମହାପ୍ରଭୁଙ୍କ ଇଚ୍ଛାରେ ତାଙ୍କୁ ଦର୍ଶନ କରିବାକୁ ଆସିଛନ୍ତି, ଯଦି ଏକଥା ସତ୍ୟ: ତେବେ ମହାପ୍ରଭୁଙ୍କୁ ପରୀକ୍ଷା ନିରୀକ୍ଷା କରିବା ଭାବନା ଆମ ଭିତରକୁ ଆସିଲା କାହିଁକି ? କାହିଁକି ମନ୍ଦିରର ଶୃଙ୍ଖଳା ଭଙ୍ଗକରି ଆମେ ଭିଡ଼ିଓ କରୁଛେ ? କାହିଁକି ଆମେ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇ ତାକୁ ଭାଇରାଲ୍ କରୁଛନ୍ତି ?

ଏମିତି ପ୍ରଶ୍ନ କେବେ ମନକୁ ଆସିଛି କିମ୍ବା ଆନ୍ଦୋଳିତ କରିଛି କି ? ଯଦି ଆସିଛି ତେବେ କାହିଁକି: ଆଉ ଯଦି ମନକୁ ଏସବୁ ଆସିନାହିଁ ତେବେ କାରଣ କ’ଣ ? ଏସବୁ ଉପରେ ଥରେ ତର୍ଜମା କରାଯାଉ! ହୋଇପାରେ, ଏହା ଆଦୌ ସହଜ ପ୍ରଶ୍ନ ନୁହେଁ। କିନ୍ତୁ ଚିନ୍ତା କରିଲେ ଏହାର ଉତ୍ତର ପାଇଯାଇପାରିବେ !

ମୁଁ ସେତିକି ସମୟ ଭିତରେ ସଂଗୃହୀତ ଏହି କାହାଣୀଟିକୁ ପଢ଼ି ଦେଉଛି।

ମନ୍ଦିରବାହାରେଲେଖା, ହେଇଥିବା ଗୋଟିଏ ସୁନ୍ଦର ସତ୍ୟ; ଯଦି ଉପବାସ କରିବା ଦ୍ଵାରା ଭଗବାନ ଖୁସି ହୁଅନ୍ତେ ତେବେ ଏଇ ଦୁନିଆରେ ବୋହୁତ ଦିନ ଧରି ଖାଲି ପେଟରେ ରହୁଥିବା ଭିକାରୀ ସବୁଠାରୁ ଖୁସି ମଣିଷ ହେଇଥାନ୍ତା। ସେଥିପାଇଁ ଉପବାସ ଭୋଜନର ନୁହେଁ ବରଂ ନିଜ ବିଚାରର କରିବା ଉଚିତ୍। ମଣିଷ ନିଜ ନଜରରେ ଠିକ୍ ହେବା ନିହାତି ଆବଶ୍ୟକ। ଦୁନିଆଁ ତ ଭଗବାନଙ୍କ ଠାରେ ବି ଦୁଃଖୀ। କୋଇଲି କୁ ସ୍ୱର ଦେଲେ ହେଲେ ସୁନ୍ଦରତା ନାହିଁ, ମୟୂର କୁ ସୁନ୍ଦରତା ଦେଲେ ହେଲେ ଇଚ୍ଛା ନାହିଁ। ସେମିତି ଇଚ୍ଛା ଦେଲେ ମଣିଷକୁ କିନ୍ତୁ ମଣିଷର ସନ୍ତୁଷ୍ଟି ନାହିଁ ଆଉ ସନ୍ତୁଷ୍ଟି ଦେଲେ ସନ୍ଥଙ୍କୁ କିନ୍ତୁ ସନ୍ଥଙ୍କର ସଂସାର ନାହିଁ।

ଏଥିପାଇଁ କେବେ ନିଜ ଉପରେ ନିଜେ ଗର୍ବ କରିବା ଉଚିତ୍ ନୁହେଁ, କାହିଁକି ନା ତମ ମୋ ପରି କେତେ ପ୍ରାଣୀଙ୍କୁ ଭଗବାନ ମାଟିରେ ତିଆରି କରି ସେଇ ମାଟିରେ ମିଶେଇ ଦେଇଛନ୍ତି। ଆମକୁ ଯାହା ମିଳିଛି ଯାହା ମିଳୁଛି ଆଉ ଯାହା ମିଳିବ ସେତିକିରେ ସନ୍ତୁଷ୍ଟ ରହିଲେ ହିଁ ଜୀବନରେ ପ୍ରକୃତ ଶାନ୍ତି ମିଳିବ।

ଭଗବାନ ଆମକୁ ଯାହା ବି ଦିଅନ୍ତି, ସେଇଟା ଆମର ପ୍ରାପ୍ୟ ଭାବରେ ହିଁ ଦିଅନ୍ତି ଆମ କର୍ମ ଫଳ ହିସାବରେ ଦିଅନ୍ତି।

କାହାର ଅଧିକ ଦେଖି ଇର୍ଷା କରିବାର ନାହିଁ କି ମୋର ଅଧିକ ଅଛି ବୋଲି ଗର୍ବ କରିବାର ନାହିଁ।

କାହାର ନାହିଁ ବୋଲି ତାକୁ ହୀନ ଭାବିବାର ନାହିଁ କି ମୋର ନାହିଁ ବୋଲି କେବେ ଦୁଃଖରେ ଭାଙ୍ଗି ପଡ଼ିବାର ନାହିଁ।

ଭଗବାନ କେତେବେଳେ କାହାକୁ କ’ଣ ଦେବେ କାହା ଠାରୁ କ’ଣ ନେବେ ସେ ହିଁ ଜାଣିଛନ୍ତି। ସବୁକୁ ଧୈର୍ଯ୍ୟର ସହ ସାମ୍ନା କରିବା ଟା ହିଁ ଗୋଟେ ବୁଦ୍ଧିମାନ ମଣିଷର ପରିଚୟ।

Share

Leave a Reply