୧୨ରେ ଦେଶବ୍ୟାପୀ ଧର୍ମଘଟ: କଂଗ୍ରେସର ସମର୍ଥନ
1 min read
ଭୁବନେଶ୍ୱର,//TATKAL ODISHA//
ଫେବୃଆରୀ ୧୨ରେ କଂଗ୍ରେସ ସମର୍ଥନରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।
ନୂତନ ଶ୍ରମ କୋଡ୍, ଏମଜିନରେଗାର ନାଁ ପରିବର୍ତ୍ତନ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ବିରୁଦ୍ଧରେ ଧର୍ମଘଟ
ସୋମବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଧର୍ମଘଟରେ ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମିଳିତ ଭାବରେ ଡାକରା ଦେଇଛନ୍ତି। ଯେଉଁଥିରେ ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍, ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ , ହିନ୍ଦ୍ ମଜଦୁର ସଭା , ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନ୍ସିଲ୍ ଅଫ୍ ଟ୍ରେଡ୍ ୟୁନିଅନ୍ , ଲେବର ପ୍ରୋଗ୍ରେସିଭ୍ ଫେଡେରେସନ୍ , ଏବଂ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ସମେତ ବ୍ୟାଙ୍କ କର୍ମଚାରୀ, ବୀମା କର୍ମଚାରୀ ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୫୦ରୁ ଅଧିକ ସ୍ୱାଧୀନ ଗୋଷ୍ଠୀ ମଧ୍ୟ ସାମିଲ ଅଛନ୍ତି।
ଏଥିସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଧୀନରେ ଥିବା କୃଷକ ସଂଗଠନଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ ଦେଇଛନ୍ତି।
