03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୁଗମ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ: ଅବଧି ବୃଦ୍ଧି

1 min read

ଭୁବନେଶ୍ୱର //TATKAL ODISHA //

ଭାରତୀୟ ରେଳବାଇ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ :

  1. 02832/02831 ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ :

ଟ୍ରେନ ନ. 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ୍ 28 ଫେବୃଆରୀ 2026 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।ସେହିଭଳି, ଟ୍ରେନ ନ. 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ 3 ମାର୍ଚ୍ଚ 2026 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

  1. 02839/02840 ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ :

ଶାଲିମାରରୁ ପ୍ରତି ରବିବାର ଛାଡୁଥିବା ଟ୍ରେନ ନ. 02839 ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ୍ 22 ଫେବୃଆରୀ 2026 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।
ସେହିଭଳି , ପୁରୀରୁ ପ୍ରତି ସୋମବାର ଛାଡୁଥିବା ଟ୍ରେନ ନ. 02840 ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ 23 ଫେବୃଆରୀ 2026 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

୩. 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ :

ଭଞ୍ଜପୁରରୁ ପ୍ରତି ଗୁରୁବାର ଏବଂ ଶନିବାର ଛାଡୁଥିବା ଟ୍ରେନ ନ. 08011 ଭଞ୍ଜପୁର-ପୁରୀ ସ୍ପେଶାଲ୍ ଟ୍ରେନକୁ 28 ଫେବୃଆରୀ 2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସେହିଭଳି, ପୁରୀରୁ ପ୍ରତି ଶୁକ୍ରବାର ଏବଂ ରବିବାର ଛାଡୁଥିବା ଟ୍ରେନ ନ. 08012 ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ 1 ମାର୍ଚ୍ଚ 2026 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣଗୁଡ଼ିକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

Share

Leave a Reply