ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି: ଜାଣନ୍ତୁ ଵିଧି
1 min read
- ଶ୍ରୀକାନ୍ତ ଦାଶ
- +++++++
ଶ୍ରୀମନ୍ଦିରରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ କାର୍ତ୍ତିକ ମାସର ଭୋଗ, ବେଶ ଓ ବ୍ରତ ପାଳନ କରାଯାଏ |ଏହି ଏକାଦଶୀ ଠାରୁ ଅର୍ଥାତ ଦଶହରା ବାସୀ ଦିନଠାରୁ କାର୍ତ୍ତିକ ମାସ ଧରାଯାଏ |
ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା ଦାମୋଦର ବେଶ ହୁଏ |ପଞ୍ଚକ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଯଥାକ୍ରମେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ଓ ରାଜ ବେଶ ହୁଏ |
କାର୍ତ୍ତିକ ମାସରେ ଶୁକ୍ଳ ଏକାଦଶୀ ଦିନ ‘ହରି ଉତ୍ଥାପନ ‘ନିତି ହୁଏ |ଏହି ନିତି ଶୟନ ଏକାଦଶୀ ଭଳି ବଲ୍ଳଭ – ବଡସିଂହାର ପର୍ଯ୍ୟନ୍ତ ହୁଏ |ପରେ ଦ୍ୱାଦଶୀ ରେ ‘ଗରୁଡ଼ – ଉତ୍ଥାପନ ‘ନିତି ହୁଏ |
ଶୁକ୍ଳ ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦଶୀରେ ‘ଶରତ ରାହାସ ‘ନିତି ହୁଏ |ଏଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ |ପୂର୍ଣ୍ଣିମାରେ ସନ୍ଧ୍ୟା ଧୂପ ପରେ ‘ଦୋଳ ଗୋବିନ୍ଦାଭିଷେକ ହୁଏ |ଦକ୍ଷିଣ ଘରୁ ଦୋଳ ଗୋବିନ୍ଦ ଠାକୁର ରତ୍ନ ବେଦୀକୁ ବିଜେ କରନ୍ତି |
ଆଜ୍ଞା ମାଳ ପାଇଲା ପରେ ତାଙ୍କୁ ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯାଏ | ଏଠାରେ ଭୋଗ ଓ ବନ୍ଦାପନା ପରେ ଠାକୁର ଦକ୍ଷିଣ ଘରକୁ ଫେରନ୍ତି |
ଜୟ ଜଗନ୍ନାଥ 🙏
ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ ଓ ସାଧାରଣ ସମ୍ପାଦକ,’ଓଡ଼ିଆ ଜାତୀୟ ସମ୍ମିଳନୀ |
E-mail srikantadash.bpc@gmail com
