tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

‘ନିରପେକ୍ଷ ଓ ନିର୍ଭୀକ ହିଁ ସାମ୍ବାଦିକତାର ମୂଳମନ୍ତ୍ର’

1 min read
  • ସବୁ ମହାବିଦ୍ୟାଳୟ ସମାବେଶୀ ହୋଇପାରିଛି : ମନ୍ତ୍ରୀ
  • ସମୟ’ର ୨୯ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,//TATKAL ODISHA//

ତଥ୍ୟରୁ ତତ୍ତ୍ୱ I ତଥ୍ୟକୁ ନେଇ ସାମ୍ବାଦିକତା, ନିରପେକ୍ଷତା, ନିର୍ଭିକତା ଓ ମାନବିକତା I ସେହିପରି ଭିଜନ ଓ ମିଶନ ସ୍ପଷ୍ଟ ହେଲେ ହିଁ କାର୍ଯ୍ୟର ସଫଳତା ମିଳିଥାଏ I ଏହାର ବଡ଼ ଉଦାହରଣ ହେଉଛନ୍ତି ଭୀମ ଭୋଇ I ବିନା କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ନ ପଢ଼ି ବି ସେ ବିଶ୍ୱ ଚେତନା ସୃଷ୍ଟି କରିପରିବାର ସଫଳ ହୋଇଥିଲେ I

   ଗୁରୁବାର ଭବନେଶ୍ବର ଜୟଦେବ ଭବନରେ ଆୟୋଜିତ ହୋଇଛି ‘ସମୟ’ର ୨୯ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ Iଶ୍ରୀ କହିଛନ୍ତି ଯେ, ନିଶା ଓ ପେଶାକୁ ଯିଏ ମିଳିତ କରିପାରିଛି ସେ ସଫଳ ହୋଇ ପାରିଛି I ଡିଗ୍ରୀ ଭିତରେ ଜ୍ଞାନ ସୀମିତ ନୁହେଁ I ନିରପେକ୍ଷ ଓ ନିର୍ଭୀକ ହିଁ ସାମ୍ବାଦିକତାର ମୂଳମନ୍ତ୍ର I ହେଲେ ବର୍ତମାନ ଭାରତରେ ସାମ୍ବାଦିକତା ବିପଦରେ ରହିଛି I ପ୍ରତ୍ୟେକ ଦିନ ଦେଶରେ ତିନି ଜଣ ସାମ୍ବାଦିକ ହତ୍ୟାରେ ଶିକାର ହେଉଛନ୍ତି I ଏହା ସତ୍ୱେ ବି ସାମ୍ବାଦିକତା ବଂଚିଛି, ବଂଚିଥିବ I ସମୟ ଦୀର୍ଘ ପଥ ଅତିକ୍ରମ କରି ବେଶ ସଫଳ ହୋଇଛି ବୋଲି ସେ କହିଛନ୍ତି I

ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି I ସେ କହିଛନ୍ତି ଯେ, ଯେଉଁ ଉଦେଶ୍ୟ ନେଇ ବସନ୍ତ କୁମାର ବିଶ୍ୱାଳ ସମୟ ପ୍ରତିଷ୍ଠା କରିଥିଲେ, ତାହା ଆଜି ସଫଳ I ସେ ନବ ଉତ୍କଳର ପ୍ରକୃତ ସାରଥୀ I ମୋ ପିତା ପ୍ରଥମେ ସାମ୍ବାଦିକ ଓ ପରେ ରାଜନୀତିଜ୍ଞ ହୋଇଥିଲେ I

ମନ୍ତ୍ରୀ କହିଛନ୍ତି ଯେ, ସାହିତ୍ୟ ଓ ସାମ୍ବାଦିକତା ଭିତରେ ସେତେଟା କିଛି ଫରକ ନାହିଁ I ଭାଷାର ସୁରକ୍ଷା ପାଇଁ ଗଣମାଧ୍ୟମର ଭୂମିକା ବି ସର୍ବାଗ୍ରେ ରହିଛି I ତେଣୁ ସାମ୍ବାଦିକତା ଗୋଟିଏ ବୃତ୍ତି ନୁହେଁ, ବିଚାର ଓ ଧର୍ମ I ସରକାର ଓ ଲୋକଙ୍କ ଭିତରେ ଗଣମାଧ୍ୟମ ପ୍ରକୃତ ସେତୁ I ସାମ୍ବାଦିକଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ହେବ I

ଏହି ଅବସରରେ ହାଇଟେକ, ଆପୋଲୋ ହସ୍ପିଟାଲ ସହ ନର୍ସିଙ୍ଗ କଲେଜକୁ ସମ୍ମାନିତ କରଯାଇଛି”

ପ୍ରାରମ୍ଭରେ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ I ସମୟର ପରିଚାଳନା ସମ୍ପାଦକ, ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଅନେକ ଘାତ ପ୍ରତିଘାତ ଭିତରେ ଗତି କରି ସମୟ ଅନେକାଂଶରେ ସଫଳ I ନିଜର ସ୍ୱତନ୍ତ୍ର ପରିଚୟ ନିଜେ ସୃଷ୍ଟି କରିପାରିଛି ସମୟ I ଏହି ସଂସ୍ଥା କାହାକୁ କେବେ ବ୍ୟକ୍ତିଗତ ଆକ୍ଷେପ କରିନାହିଁ I କେବଳ ଜନହିତକର କାର୍ଯ୍ୟକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି I ଆଗକୁ ଏଇ ପ୍ରକ୍ରିୟା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି I

  ସ୍ବାଭିମାନର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଡ. ଶ୍ରୁତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ମୁଁ ଯେତେବେଳେ ପ୍ରଶାସନିକ ସେବା ଚାକିରୀ ପାଇ ବି ଦିବ୍ୟାଙ୍ଗ ହୋଇ ଯାଇଥିଲି I ସେଥିପାଇଁ ଚାକିରୀ ହରାଇ ଥିଲି I କାରଣ ସେତେବେଳେ ଦିବ୍ୟାଙ୍ଗ ପାଇଁ କିଛି ନିୟମ ନ ଥିଲା I ହେଲେ ଗଣମାଧ୍ୟମ ଯୋଗୁଁ ଦିବ୍ୟାଙ୍ଗ ପାଇଁ ୫ଟି ଆଇନ ଆସି ପାରିଛି I ସରକାରୀ ସୁବିଧା ମିଳିଛି I ଗଣମାଧ୍ୟମର ଭୂମିକା ଅନନ୍ୟ ବୋଲି ସେ ପ୍ରକାଶ କରିଛନ୍ତି I

ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ମନୋରଞନ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କହିଛନ୍ତି ଯେ, ସମୟ କେତେବେଳେ କଣ କରିବ, କେହି କହିହେବନି I ସମୟ ସବୁବେଳେ ବଳବାନ I ମୁଁ ସମୟରୁ କ୍ୟାରିଅର ଆରମ୍ଭ କରିଥିଲି I ପରେ ମୋ ଜୀବନର ଗତିପଥ ବଦଳି ଗଲା I ମୁଁ ପଶ୍ଚିମ ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମକୁ ଯାଇ କ୍ୟାରିଅର କଲି I ତାହା ହିଁ ସମୟର ଖେଳ ବୋଲି ସେ କହିଛନ୍ତି I

Share

Leave a Reply