03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପିୟୁସିସି ପୂର୍ବରୁ ୯୦ ଦିନର ପୁରୁଣା ଚାଲାଣ ପୈଠ ବାଧ୍ୟତାମୂଳକ

1 min read
  • ହାଇକୋର୍ଟଙ୍କ ଦ୍ୱାରା ଖାରଜ ହେଲା ପ୍ରଦୂଷଣ ପ୍ରମାଣପତ୍ର ସଂପର୍କିତ ମାମଲା
  • ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଆଇନସମ୍ମତ ଥିବା ରାୟ ଶୁଣାଇଲେ ହାଇକୋର୍ଟ

କଟକ,ଭୁବନେଶ୍ୱର//TATKAL ODISHA//

ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ଜଷ୍ଟିସ୍ ରମଣଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ।

୯୦ ଦିନରୁ ଉର୍ଦ୍ଧ୍ୱ ଧରି ଚାଲାଣ ବକେୟା ଥିଲେ ମୋଟର ଯାନର ପ୍ରଦୂଷଣ ଯାଞ୍ଚ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ରୀୟ ମୋଟର ଯାନ ଆଇନ ଆଧାରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଆଇନ ସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ।


ଏହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଆଇନଜୀବୀ ସ୍ନିଗ୍ଧାରାଣୀ ପାତ୍ରଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ସମ୍ବଳ ମୋକଦ୍ଦମାକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ମୋଟରଯାନ ଆଇନର ଧାରା ୧୬୭ ଓ ଉପଧାରା ୧୨ରେ ଏ ସଂପର୍କରେ ସ୍ପଷ୍ଟତା ରହିଛି । ଏହାସହ କେନ୍ଦ୍ର ସରକାର ମଧ୍ୟ ଏ ସଂପର୍କରେ ସ୍ପଷ୍ଟତା ରଖିଛନ୍ତି । ସଡ଼କ ସୁରକ୍ଷା ଓ ପରିବେଶ ସୁରକ୍ଷା ଉଭୟ ଆଜିର ଦିନରେ ଏକ ବଡ଼ ଆବଶ୍ୟକତା । ଏହାକୁ ଧ୍ୟାନରେ ରଖି ଆଇନ ଆଧାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।

ପିୟୁସିସି ସଂକ୍ରାନ୍ତରେ ସରକାର ଯାହା ବି ନିଷ୍ପତ୍ତି ନେଇଥିଲେ, ତାହା ସଂପୂର୍ଣ୍ଣ ଭାବରେ ଆଇନ ସମ୍ମତ ଥିଲା । ଏହାସହ ପୂର୍ବରୁ ସୁପ୍ରିମକୋର୍ଟ ଓ ଦେଶର ବିଭିନ୍ନ ହାଇକୋର୍ଟରେ ଆସିଥିବା ବିଭିନ୍ନ ରାୟର ନଜିର ମଧ୍ୟ ଉପସ୍ଥାପନ କରିଥିଲେ । ସମସ୍ତ ତଥ୍ୟ, ପ୍ରମାଣ ଓ ଯୁକ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଥିଲେ ଏବଂ ସରକାରଙ୍କ ନିଷ୍ପତ୍ତି ଆଇନସମ୍ମତ ବୋଲି କହିଛନ୍ତି ।

ଫଳରେ ପିୟୁସିସିକୁ ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱର ମଧ୍ୟ ଏକପ୍ରକାର ଅବସାନ ଘଟାଇଛନ୍ତି ।

Share

Leave a Reply