ଇନ୍ଦ୍ରମଣି ନାୟକ ପଞ୍ଚାୟତିରାଜ ବିଭାଗର ନୂଆ ନିର୍ଦ୍ଦେଶକ
1 min read
ଭୁବନେଶ୍ୱର,//TATKAL ODISHA//
ଟ୍ରାନ୍ସପୋର୍ଟ ବିଭାଗର ଆସିଷ୍ଟାଣ୍ଟ କମିଶନର ଭାବେ କଟକରେ କାର୍ଯ୍ୟରତ ୨୦୧୫ ବ୍ୟାଚର ଆଇଏଏସ୍ ଇନ୍ଦ୍ରମଣି ନାୟକ ଉକ୍ତ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି। ଦୀର୍ଘ ଦିନରେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ପଦବୀ ପୂରଣ ହେବ।
ଏନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ନିର୍ଦ୍ଦେଶକ ଭାବେ ମହେଶ୍ୱର ସ୍ୱାଇଁ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେ ନବରଙ୍ଗପୁରର ଜିଲ୍ଲାପାଳ ହେବା ପରେ ଉକ୍ତ ପଦବୀ ଖାଲିଥିଲା। ଏବେ ନୂଆ ନିର୍ଦ୍ଦେଶକ ଭାବେ ଇନ୍ଦ୍ରମଣି ନାୟକ ଅବସ୍ଥାପିତ ହୋଇଛନ୍ତି।
