କୁଆଖାଇ ନଦୀ ପଠାରେ ମା’ ସମଲେଇଙ୍କ ଭବ୍ୟ ମନ୍ଦିର ଖୁବଶୀଘ୍ର
1 min read
Oplus_16908288
- ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର//TATKAL ODISHA//
ଆଗାମୀ ଦିନରେ ଭୁବନେଶ୍ବରରେ ଏକ ଭବ୍ୟ ସମଲେଶ୍ଵରୀ ମନ୍ଦିର ନିର୍ମାଣ ହେବ I ତାହା ଟଙ୍କପାଣି ରୋଡ ସଂଲଗ୍ନ କୁଆଖାଇ ନଦୀ ପଠାରେ ସମସ୍ତଙ୍କ ସହଯୋଗରେ ପୂର୍ଣାଙ୍ଗ ରୂପ ନେବ I
ଶୁକ୍ରବାର ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନର ନୂଆ ସଭାପତି ସଂଜୀବ କୁମାର ମିଶ୍ର ଓ ମହାସଚିବ ଦୁଃଶ୍ୟାମ ଭଞ୍ଜ ପ୍ରକାଶ କରିଛନ୍ତି I ସେମାନେ କହିଛନ୍ତି ଯେ, ଅଗ୍ରଣୀ ସଂଗଠନର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସର୍ବସମ୍ମତିକ୍ରମେ ଶେଷ ହେବା ପରେ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି I

– ମନୋନୀତ ହୋଇଥିବା କାର୍ଯ୍ୟକାରୀ ସଭାପତି ଭାବେ ଆଶୁତୋଷ ହୋତା, ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଟ୍ଟନାୟକ, ଅନିଲ ମହାପାତ୍ର, ଶୃତକୀର୍ଷି ତ୍ରିପାଠୀ, ନିତିନ୍ ଆନନ୍ଦ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ପ୍ରକଳ୍ପ ସଂଯୋଜକ ଭାବେ ରାଜକିଶୋର ଦାସ, କୋଷାଧ୍ଯକ୍ଷଭାବେ ଲୋକେଶ କୁମାର ଜଗତଙ୍କୁ ପରିଷଦ ବୈଠକରେ ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିରେ ସଦସ୍ୟ ସଦାନନ୍ଦ ଭୋଇ, ଚନ୍ଦ୍ରଶେଖର ସାହୁ, ସୃତିଶିଖା ମହାପାତ୍ର, ସୂର୍ଯ୍ୟସ୍ନାତା ବହିଦାର, ହୃଷିକେଷ ପ୍ରଧାନ, ବ୍ରଜେଶ୍ବରୀ ବେହେରା, ଚିରାଗ ରଥ, ସମୀର ପଟେଲ ଓ ବାମଦେ ଦବ ବଘାର ମନୋନୀତ ହୋଇଛନ୍ତି । ସେହିପରି ପରାମର୍ଶ ଦାତା କମିଟିରେ ପୂର୍ବତନ ସାଂସଦ ତଥା ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନର ପୂର୍ବତନ ସଭାପତି ଡଃ. ପ୍ରଭାସ କୁମାର ସିଂ, ବିଜୟ କୁମାର ଜୋଷୀ, ମିହିର ମେହେର, ଅମୀୟ ମହାନ୍ତି ଓ ସୁରେଶ ମହାପାତ୍ରଙ୍କୁ ଚୟନ କରାଯାଇଛି ।

ନୂତନ କମିଟିର ସଭାପତି ଓ ସମ୍ପାଦକ ପୁଣି କହିଥିଲେ,
ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି I
- ୧. ସଂଗଠନର ଐତିହ୍ୟ
ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂ ସଂଗଠନର ଗଠନ ୧୯୯୨ ମସିହାରେ ହୋଇଥିଲା | ଦୀର୍ଘ ୩ ଦଶନ୍ଧିରୁ ଅଧୂକ ସମୟ ଧରି ସଂ ସଂଗଠନ ସାମାଜିକ, ସାଂସ୍କୃତିକ ଓ ଉନ୍ନତିମୂଳକ କାର୍ଯ୍ୟରେ ନିଜର ଭୂମିକା ରଖୁଆସିଛି | ଛି | ବିଭିନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ସଂଗଠନ ସହ ଜଡ଼ିତ ରହି ଏ ଏହାକୁ ସମୃଦ୍ଧ କରିଛନ୍ତି |
୨. ନୂଆ କାର୍ଯ୍ୟକାରିଣୀ ଗଠନ
ଚଳିତ ବର୍ଷ ବର୍ଷ ଏକ ନୂତନ କାର୍ଯ୍ୟକାରିଣୀ ଶୀ ସମିତି ଗଠନ କରାଯାଇଛି I ନୂଆ ଟିମ୍ର ମୂଳ ଲକ୍ଷ୍ୟ ଗଠନର ପୁରୁଣା ଐତିହ୍ୟକୁ ଆଗକୁ ନେବା ସହ ନୂଆ ପିଢ଼ିକୁ ଏହା ସହ ହେଉଛି ସଂଗ ଯୋଡ଼ିବା I
୩. ଭୁବ ବନେଶ୍ବର ମାଟିରେ ମାଆ ସମଲେଇଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ନୂଆ କାର୍ଯ୍ୟକାରିଣୀର ଏକ ପ୍ରମୁଖ ଲକ୍ଷ୍ୟ I
ଏହା କେ କେବଳ ଏକ ମନ୍ଦିର ନିର୍ମାଣର ପ୍ରକଳ୍ପ ନୁହେଁ; ଏହା ପଶ୍ଚିମ ଓଡ଼ିଶାର ଆସ୍ଥା, ପରମ୍ପରା ସାଂସ୍କୃତିକ ପରିଚୟ ଓ ଭାବନାର ପ୍ରତୀକ ଭାବେ ବିକଶିତ ହେବ । ଏହି ପ୍ରକଳ୍ପରେ ସମସ୍ତଙ୍କ ସହଯୋ ଯୋଗ ଓ ଭାଗିଦାରିତାକୁ ଗୁରୁତ୍ବ ଦିଆଯିବ |
४. କଳା ଓ ସଂସ୍କୃତିର ସୁରକ୍ଷା
ପଶ୍ଚିମ ଓଡ଼ିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ହସ୍ତଶିଳ୍ପ, ପର୍ବପର୍ବାଣୀ ଓ ପରମ୍ପରାକୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଚିତ କରାଇବା | ପୁବପିଢ଼ିକୁ ନିଜ ମାଟି, ଭାଷା, କଳା ଓ ପରମ୍ପରା ସହ ଯୋଡ଼ିବା I
୫. ଉନ୍ନତିମୂଳକ କାର୍ଯ୍ୟକ୍ରମ
ଆଗାମୀ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସଚେତନତା, ଯୁବ ବିକାଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ |
ଶ୍ଚିମ ଓଡ଼ିଶାର ପ୍ରତିଭାବାନ ଯୁବକ-ଯୁବତୀଙ୍କୁ ଉତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯିବ । ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ସମଗ୍ର ଓଡ଼ିଶାର ସାଂସ୍କୃତିକ ପରିଚୟ ଚୟର ଅଂଶ ଭାବେ ଆହୁରି ଶକ୍ତିଶାଳୀ କରିବା I
“ବିଭିନ୍ନତା ତା ମଧ୍ୟରେ ଏକତା”ର ଭାବନାକୁ ନେଇ କାମ କରିବା |
