ମଦ ବିକି ରାଜ୍ୟ ସରକାର ମାଲେମାଲ, ମାନିଲେ ମନ୍ତ୍ରୀ
1 min read
ଭୁବନେଶ୍ୱର,//TATKAL ODISHA//
ମଦ ବିକି ରାଜ୍ୟ ସରକାର ମାଲେମାଲ ହୋଇଛନ୍ତି I ବିଗତ ୧୦ ମାସରେ ୬,୫୬୯ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି।
ତେଣୁ ରାଜ୍ୟ ସରକାର କାଚ ମୋତଲ ବଦଳରେ ମୋଟା କାଗଜ ଖୋଳରେ ମଦ ଯୋଗାଇ ଦେବେ। ତାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ। ସରକାର ଏନେଇ ଖୁବଶୀଘ୍ର କାର୍ଯ୍ୟାନ୍ୱୟନ ଖସଡ଼ା ପ୍ରସ୍ତୁତ କରୁଛନ୍ତି I
ଶନିବାର ବିଧାନସଭାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଏଥିସମ୍ପର୍କିତ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମଦର ଚାହିଦା ବଢ଼ିଛି।
ଦଶ ମାସରେ ମଦ ବିକ୍ରି, ସରକାର ପାଇଲେ ୬,୫୬୯ କୋଟି ଟଙ୍କା
କାଚ ବୋତଲରେ ନୁହେଁ, ମୋଟା କାଗଜ ଖୋଳରେ ଏଣିକି ମିଳିବ
୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି। ହେଲେ ପୂର୍ବ ବର୍ଷ ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଛି।
