tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆପଡ଼ା ଉପନିର୍ବାଚନ: ଆଜିର ଆକଳନ କାଲି ଵଦଳି ପାରେ !

1 min read

ନୂଆପଡ଼ା //TATKAL ODISHA//

ନୂଆପଡା ବିଧାନସଭା କ୍ଷେତ୍ର
ଦୁଇଟି ବ୍ଳକ ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ।
କିନ୍ତୁ ୧୧ ତାରିଖରେ ହେବାକୁ ଥିବା ମତଦାନ ନେଇ
ଆଜି ସାରା ରାଜ୍ୟରେ ଚର୍ଚ୍ଚିତ ନୂଆପଡା ।

ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଯଥା ନୂଆପଡ଼ା ଓ ଖରିଆର ରୋଡରେ ତିନି ପ୍ରମୂଖ ଦଳର ସ୍ଥିତି ୫ ତାରିଖ ଵେଲକୁ ଏକ ପ୍ରକାର ଵରାଵର ଥିଲା। କିନ୍ତୁ ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ଚିତ୍ର କିନ୍ତୁ ବଦଳିବାରେ ଲାଗିଛି ।

ମୋହନ ସରକାର ବିଜୁ ଜନତାଦଳ ପ୍ରତି ବିଷୋଦଗାର/କଟାକ୍ଷ ସ୍ଥାନୀୟ ଲୋକଙ୍କ ମନରେ ଭିନ୍ନ ଏକ ଧାରଣା ସୃଷ୍ଟି ହୋଇଛି । ମୋହନ ମାଝୀ ଏକଦା ଆମ ଲଢେଇ ବିଜୁ ଜନତାଦଳ ସହ ହେଉ ନାହିଁ କଂଗ୍ରେସ ସହ ହେଉଛି କହି କଟାକ୍ଷ କରିଥିଲେ। ତାହା ପରବର୍ତ୍ତି ସମୟରେ ବୋଧେ ଭୁଲ ପ୍ରମାଣିତ ହେବାରେ ଲାଗିଥିବା ଅନୁମାନ କରାଯାଏ।

ପୂର୍ବତନ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଓ ନୂଆପଡାକୁ ନିଜ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାର ପାଇଁ ଆସି ପଥପ୍ରାନ୍ତ ଆୟୋଜନ କରିବା ପରେ ଚିତ୍ର ଏକ ପ୍ରକାର ବଦଳିବାର ଦେଖାଗଲା। ଏବେ ଏହି ଦୁଇ ଏନଏସିରେ ଭାଜପା ଓ ବିଜେଡି ମଧ୍ଯରେ କଡା ଟକ୍କର ହେବାର ପରିସ୍ଥିତି। କଂଗ୍ରେସ ଟିକିଏ ପଛକୁ ଚାଲି ଯାଇଥିବାର ଦେଖା ଯାଉଛି।

“ନୂଆପଡ଼ା ବ୍ଳକରେ କଂଗ୍ରେସ ମଜବୁତ ସ୍ଥିତିରେ ରହିଥିବାବେଳେ ଭାଜପା ଓ ବିଜେଡିର ସ୍ଥିତି ଏକ ପ୍ରକାର ସମାନ ରହିଛି। ଅବଶ୍ଯ ଶେଷ ସମୟର ‘ଅନ୍ଧାରୀ ବିଜେ ‘ ଗଣିତକୁ ଗୋଳମାଳ ମଧ୍ଯ କରିପାରେ I”


ଏହି ଉପନିର୍ବାଚନ ମଣ୍ଡଳୀରେ ରହିଥିବା ଦୁଇ ପ୍ରମୁଖ ବ୍ଳକ ଯଥା ନୂଆପଡ଼ା ଓ କୋମନା ଭୋଟର ମାନେ ହିଁ ନିର୍ବାଚନର ମୂଖ୍ଯ ଭୂମିକାରେ ଅବତୀର୍ଣ୍ଣ ହେବେ। ନୂଆପଡ଼ା ବ୍ଳକରେ କଂଗ୍ରେସ ମଜବୁତ ସ୍ଥିତିରେ ରହିଥିବା ବେଳେ ଭାଜପା ଓ ବିଜେଡିର ସ୍ଥିତି ଏକ ପ୍ରକାର ସମାନ ରହିଛି। ଅବଶ୍ଯ ଶେଷ ସମୟର ‘ଅନ୍ଧାରୀ ବିଜେ ‘ ଗଣିତକୁ ଗୋଳମାଳ ମଧ୍ଯ କରିପାରେ।


ଉପନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବରେ ପରିଚିତ କୋମନା ବ୍ଳକ। ୩୨ ଗ୍ରାମ ପଞ୍ଚାୟତରେ ଭୋଟର ୧ ଲକ୍ଷ ୨୨ ହଜାରରୁ ଉର୍ଦ୍ଧ । ପୂର୍ବ ସାଧାରଣ ନିର୍ବାଚନ ସମୟରେ ଏହି କୋମନା ବ୍ଳକ ବିଜେଡିର ଭଲ ପ୍ରଭାବ ରହିଥିଲା । କିନ୍ତୁ ଏହି ଉପନିର୍ବାଚନରେ ଏକ ପ୍ରକାର କୋମନା ବ୍ଳକ ଖଣ୍ଡ ବିଖଣ୍ଡିତ ହେବାର ଦେଖା ଯାଇଛି। ଏବେ ଏହି ବ୍ଳକରେ ବିଜେପି ସାମାନ୍ୟ ଆଗରେ ରହିବାର ସମ୍ଭାବନା ରହିଛି।

ଛତିଶଗଡ଼ ଓ ଓଡିଶାର ମୂଖ୍ଯମନ୍ତ୍ରୀଙ୍କ ତୋଫାନୀ ଗସ୍ତ ଓ ପୂର୍ବତନ ମୂଖ୍ଯମନ୍ତ୍ରୀଙ୍କ ବିରାଟ କର୍ମୀ ସମ୍ମିଳନୀ ଓ ଛୋଟ ଛୋଟ ଗାଁ ମାନଙ୍କରେ କଂଗ୍ରେସର ପତିଆରା ବଳବତ୍ତର ରହିଥିବା ସତ୍ବେ ଏହି ଚର୍ଚ୍ଚିତ ବ୍ଳକରେ କଂଗ୍ରେସ – ବିଜେପି ମଧ୍ୟରେ ତୀବ୍ର ଲଢେଇର ଆଭାଷ ମିଳୁଛି ।


ଗୋଟିଏ ପଟେ ସରକାରୀ କଳ,ଭୋଟ ଚୋରି ପରି କାର୍ଯ୍ଯ ଓ ଅନ୍ଧାରୀ ବିଜେ ହିଁ ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଚକମା ଦେବାର ସମ୍ଭାବନା ରହିଛି। ।

ସରକାରୀ ଦଳ ଏହି ଉପ ନିର୍ଵାଚନକୁ ଏତେ ଗୁରୁତ୍ଵ ଦେଉଛି ଯେ ଯାହା କିଛି କରିବାକୁ ପ୍ରସ୍ତୁତ ।

ସ୍ଵଚ୍ଛ, ଅବାଧ, ନିରପେକ୍ଷ, ଭୟଶୂନ୍ୟ ମତଦାନକୁ ପ୍ରଶାସନ କବର ଦେଇ ସାରିଥିବା ମନେ ହେଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିରୋଧୀ ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରୁଛନ୍ତି I

ଶାସକ ଦଳ ଏହି ଆସନ ହାତେଇ ନେବାର ଅନୁମାନ ହେଉଛି ।

Share

Leave a Reply