03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆପଡ଼ା ଉପନିର୍ବାଚନ :୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

1 min read
  • ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ

  • ଭୁବନେଶ୍ୱର,//TATKAL ODISHA //

ନୁଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ବିକାଶ ଓ ଅଭିବୃଦ୍ଧିର ମୂର୍ତ୍ତିକାରଙ୍କୁ ନେଇ ପ୍ରସ୍ତୁତ ବିଜେପିର ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଗୁରୁବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି ।

  • ତାଲିକାରେ କେଉଁମାନେ ଅଛନ୍ତି
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡା, ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସମ୍ବିତ ପାତ୍ର, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ବିଜମୋହନ ଅଗ୍ରଓ୍‌ôାଲ, ସଂଗୀତା ସିଂହଦେଓ, ପଂଚାୟତିରାଜ ଏବଂ ପାନୀୟ ଜଳ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ଆଦିବାସୀ କଲ୍ୟାଣ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଛତିଶଗଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୁରୁ ଖୁସଓ୍‌ôନ୍ତ ସାହବ, ସାଂସଦ ପ୍ରଦୀପ ପୁରୋହିତ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସାଂସଦ ଶ୍ରୀମତୀ ରୁପକୁମାରୀ ଚୈାଧୁରୀ, ମାଳବିକା ଦେବୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାଶ ନାୟକ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ରଞ୍ଜନ କୁମାର ପଟେଲ, ପ୍ରସିଦ୍ଧ ଅଭିନେତା ତଥା ଛତିଶଗଡ ବିଧାୟକ ଅନୁଜ ଶର୍ମା, ଶ୍ରୀ ରୋହିତ ସାହୁ, ଶ୍ରୀ ଯୋଗେଶ୍ୱର ରାଜୁ ସିହ୍ନା, ଶ୍ରୀ ଲକ୍ଷ୍ମଣ ବାଗ ଏବଂ ଶ୍ରୀ ସନତ ଗଡତିଆ ପ୍ରମୁଖ ସାମିଲ ଅଛନ୍ତି ।

  • ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତା ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
Share

Leave a Reply