03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମୋକିମ କିଏ ? ଭକ୍ତ ପଚାରିଲେ ପ୍ରଶ୍ନ

1 min read

ଭୁବନେଶ୍ୱର //TATKAL ODISHA//

ମୋକିମ କିଏ ? ପିସିସି ସଭାପତି ଭକ୍ତ ଦାସ ପଚାରିଲେ ପ୍ରଶ୍ନ I

ଭକ୍ତ କହିଛନ୍ତି ଯେ, ସିଏ ଥରେ ମାତ୍ର ବିଧାୟକ ହେଇଛନ୍ତି I

ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି। ଦଳୀୟ ନେତୃତ୍ବ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ। ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ’ଣ ଆବଶ୍ୟକତା ଥିଲା? କାରଣ ସେ ଦଳରେ ରହିବାକୁ ଚାହୁଁ ନଥିଲେ।

ରାହୁଲ ଗାନ୍ଧିଙ୍କ ବିଷୟରେ ମୋକିମ କ’ଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତଦାସ। ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ। ଏହା କ’ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ୍ କରିବେ ?

ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ। ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କ’ଣ କୁହାଯିବ।

Share

Leave a Reply