tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଜୟଙ୍କୁ କାହିଁକି ଭେଟିଲେ ମୋକିମ? ନୂଆ ଦଳ କରିବେ କି??

1 min read

ଭୁବନେଶ୍ୱର //TATKAL ODISHA //

ନିକଟରେ କଂଗ୍ରେସରୁ ବହିଷ୍କାର ହୋଇଥିବା ମୋକିମ କେଉଁ ରଣନୀତି ଆପଣେଇଛନ୍ତି? ଏନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା, ତାହା ଧୀରେ ଖୋଲାସା ହେବାରେ ଲାଗିଛି I

ମୋକିମ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ଗୁରୁବାର ସନ୍ଧ୍ୟାରେ ଭେଟି କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି I

ହେଲେ ଆଲୋଚନାର ବିଷୟ ବସ୍ତୁ କଣ ରହିଛି, ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ନୂଆ ଦଳ ଗଠନ ପାଇଁ ଏହି ସାକ୍ଷାତ ହୋଇଥିବା ଚର୍ଚ୍ଚା ହେଉଛି ।

ତେବେ ମୋକିମଙ୍କୁ ପଚାରିବାରୁ ସେ ସୌଜନ୍ୟମୂଳକ ଭେଟଘାଟ ବୋଲି ପ୍ରକାଶ କରିଛନ୍ତି I

Share

Leave a Reply