tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଷ୍ଟ୍ରପତିଙ୍କ ହାତରୁ ସ୍ବର୍ଣ୍ଣ ପଦକ ନେଲେ ମନୀଷା

1 min read

  • ବାଲେଶ୍ୱର, ଭୁବନେଶ୍ୱର //TATKAL ODISHA //

ବାଲେଶ୍ବରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସ୍ବର୍ଣ୍ଣ ପଦକ ନେଇଛନ୍ତି ମନୀଷା ମହାନ୍ତି I

ମନୀଷା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଫକୀର ମୋହନ ମେଡିକାଲ କଲେଜ ଏମବିବିଏସର ପ୍ରଥମ ବ୍ୟାଚ ଟପ୍ପର ଅର୍ଥାତ ୨୦୨୩ ପାସ ଆଉଟ ଛାତ୍ରୀ I

  • ଏହି ଅବସରରେ ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ , “ଆଜି ପ୍ରତ୍ୟେକ କ୍ଷେତ୍ରରେ ପୁଅଙ୍କ ଠାରୁ ଝିଅମାନେ ଆଗରେ ରହିଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମଧ୍ୟ ତାହାହିଁ ପରିଲକ୍ଷିତ ହୋଇଛି I”


ସୁଶ୍ରୀ ମନୀଷା ମହାନ୍ତି ପରୀକ୍ଷାରେ ୭ଟି ବିଷୟରେ ଅନର୍ସ ଲାଭ କରିଛନ୍ତି । ସେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱର୍ଣ୍ଣ ପଦକ ଓ ପ୍ରଶସ୍ତିପତ୍ର ପ୍ରଦାନପାଇବା ପାଇବା ପରେ ବେଶ ଖୁସି ଜାହିର କରିଛନ୍ତି I

TATKAL ODISHAକୁ ମନୀଷା କହିଛନ୍ତି ଯେ, ‘ଓଡ଼ିଆ ଝିଅ ତଥା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣ ପଦକ ପାଇବା ମୋ ପାଇଁ ଭାଗ୍ୟ I ସେ ଯେଉଁ ମାର୍ଗ ଦର୍ଶନ ଦେଲେ ତାହା ପ୍ରେରଣା ଦାୟୀ I ‘

ମନୀଷାଙ୍କ ପିତା ଅଦ୍ୱୈତ କୁମାର ମହାନ୍ତି ଓ ସାନଭାଇ ଶିବାଶିଷ ମହାନ୍ତି ମଧ୍ୟ ଡାକ୍ତର । ମାତା ଶ୍ରୀମତୀ ସବିତା ପଟ୍ଟନାୟକ କିଛି କାଳ ପାଇଁ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର କେମିଷ୍ଟ୍ରି ଅଧ୍ୟାପିକା ଥିଲେ ।

ମନୀଷାଙ୍କ ଏହି କୃତିତ୍ୱ ପାଇଁ ତାଙ୍କର ବଡବାପା ବରିଷ୍ଠ ସାମ୍ବାଦିକ ରାଧାଶ୍ୟାମ ମହାନ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply