03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବୈତରଣୀଘାଟରେ ମୁଖ୍ୟମନ୍ତ୍ରୀ କଲେ ମକର ସ୍ନାନ

1 min read

  • ପ୍ରତ୍ୟେକ ଘରେ ଖୁସି ପାଇଁ କଲେ ପ୍ରାର୍ଥନା
    ଭୁବନେଶ୍ୱର,/TATKAL ODISHA//
    ଉତ୍ସାହ ଓ ପରମ୍ପରାର ପର୍ବ ମକର ସଂକ୍ରାନ୍ତିକୁ ପାରମ୍ପରିକ ରିତିରେ ପାଳନ କରିବାକୁ ପୂର୍ବରୁ ଅପିଲ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦୁଝର ପାଟଣା ଜୀଉ ରଘୁନାଥ ଜିଉ ମଠସ୍ଥିତ ବୈତରଣୀଘାଟରେ ମକର ସ୍ନାନ କରିଛନ୍ତି। ତାଙ୍କ ସହ ଧର୍ମପତ୍ନୀ ବି ଉପସ୍ଥିତ ଥିଲେ। ଓଡ଼ିଶାର ପୁରାତନ ପରମ୍ପରା ସାମାଜିକ ଏକତା ଏବଂ ସଦ୍‌ଭାବକୁ ମଜବୁତ ରଖିବା ସହ ରାଜ୍ୟର ନିରନ୍ତର ପ୍ରଗତି ଏବଂ ଦିବ୍ୟ ଆଶୀର୍ବାଦ ଦ୍ୱାରା ପ୍ରତ୍ୟେକ ଘରେ ଖୁସି ପାଇଁ ସେ ମଧ୍ୟ ପ୍ରାର୍ଥନା କରିଛନ୍ତି।
  • ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ‘ମକର ବେଶ’ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପୁରୀରେ ଭିଡ଼ ଜମାଇଥାନ୍ତି। କେବଳ କେନ୍ଦୁଝର ସମେତ ସମଗ୍ର ରାଜ୍ୟରେ ବିଭିନ୍ନ ପବିତ୍ର ନଦୀରେ ସାରା ଲୋକମାନେ ମକର ସଂକ୍ରାନ୍ତି ଅବସରରେ ସ୍ନାନ କରି ପୂଜାର୍ଚ୍ଚନା ସହ ‘ମକର ଚାଉଳ’ ପରିବାର ସହ‘ମକର ଚାଉଳ’ ସେବନ କରିଛନ୍ତିି। (ଜିତେନ୍ଦ୍ର)
Share

Leave a Reply