ବଡ଼ବିଲ- ପୁରୀ ଇଣ୍ଟରସିଟି : ତିନି ଘଣ୍ଟା ବିଳମ୍ବ ନେଇ ଯାତ୍ରୀ ଖପ୍ପା, ଉତ୍ତେଜନା
1 min read
କେନ୍ଦୁଝର,ଯାଜପୁର ରୋଡ୍//TATKAL ODISHA//
- କେନ୍ଦୁଝର, ଯାଜପୁର ରୋଡ//TATKAL ODISHA//
ବଡବିଲ-ପୁରୀ ଇଣ୍ଟରସିଟି (୧୮୪୧୫) ଟ୍ରେନର ପ୍ରାୟ ତିନି ଘଣ୍ଟା ବିଳମ୍ବ ନେଇ ଉତ୍ତେଜନା ଦେଖାଦେଇଛି I
ଯାତ୍ରୀମାନେ ବାଘୁଆପାଳ ଷ୍ଟେସନ ଘେରାଓ କରିବା ସହ ଡ୍ରାଇଭର ଓ ଟିଟିଇଙ୍କୁ ପ୍ରଶ୍ନ ବାଣରେ ଛନ୍ଦି ଦେଇଥିଲେ I ଫଳରେ ସ୍ଥିତି ଉତ୍ତଜନାପୂର୍ଣ୍ଣ ହୋଇଥିଲା I ବାଧ୍ୟ ହୋଇ ଗାଡ଼ି ପରେ ଛାଡିଥିଲା I
ବୁଧବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଟମକା ଷ୍ଟେସନ ନିକଟରେ ଏକ ନିର୍ଜନ ସ୍ଥାନରେ ପ୍ରଥମେ ପ୍ରାୟ ଦୁଇଘଣ୍ଟା ଧରି ବଡବିଲ-ପୁରୀ ଇଣ୍ଟରସିଟି (୧୮୪୧୫) ଟ୍ରେନ ପଡିରହିଲା । ଯାତ୍ରୀ ମାନେ କିଛି ଅସୁବିଧା ହୋଇଛି ବୋଲି ଭାବି ଥିଲେ I
ମାତ୍ର ଟ୍ରେନ କିଛି ବାଟ ଯାଇ ପୁଣି ଅଟକି ଥିଲା I
ସମୟ ଥିଲା ସନ୍ଧ୍ୟା ୭.୦୫ I ଏହି ସମୟରେ ବାଘୁଆପାଳ ଷ୍ଟେସନରେ ଗାଡି ଅଟକିବାରୁ ଯାତ୍ରୀମାନେ ଖପ୍ପା ହୋଇ
ଡ୍ରାଇଭର ଓ ଟିଟିଇ ଆଦି ରେଳ କର୍ମଚାରୀ ମାନଙ୍କୁ ବିଳମ୍ବର କାରଣ ପଚାରି ଥିଲେ I ହେଲେ ଉତ୍ତର ସ୍ପଷ୍ଟ ମିଳି ନ ଥିଲା I
ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି I
ରେଳରେ ପାଣି ନଥିବା ସହ ଖାଇବାକୁ କିଛି ମିଳି ନଥିବାରୁ ଯାତ୍ରୀମାନେ ଭୋକରେ ଆଉଟ ପଉଟ ହୋଇଥିଲେ। ଏପରିକି ଗାଡିରେ ରୋଗୀ ତଥା ଅନ୍ୟ ଗାଡି ଧରିବାକୁ ଶହଶହ ଯାତ୍ରୀ ଥିବା ସମୟରେ ଉତ୍ତେଜନା ବୃଦ୍ଧି ପାଇଲା ।
ରେଳ କର୍ମଚାରୀ ଏବଂ ଶହଶହ ଯାତ୍ରୀ ବାଘୁଆପାଳ ଷ୍ଟେସନ ମାଷ୍ଟରଙ୍କ ରୁମକୁ ଯାଇ ଶୀଘ୍ର ଟ୍ରେନ ଛାଡିବାକୁ ଦାବୀ କଲା ପରେ ବାଘୁଆପାଳରୁ ସନ୍ଧ୍ୟା ପ୍ରାୟ ୮ରେ ଗାଡି ଛାଡିଥିଲା ।
କଟକରେ ଗାଡି ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ପହଞ୍ଚି ଥିଲା I କିଛି ଯାତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଟ୍ରେନର ଏପରି ଅବସ୍ଥା କାହିଁକି?? ଉତ୍ତର କାହା ଠୁ ମିଳି ନ ଥିଲା I
