୭ରୁ ଭାରତୀୟ ସଡ଼କ କଂଗ୍ରେସ : ୧୦ ଯାଏ ଚାଲିବ
1 min read
- ପାଞ୍ଚ ବର୍ଷରେ ଓଡ଼ିଶାରେ ହେବ ୭୫ ହଜାର କିମି ରାସ୍ତା: ପୂର୍ତ୍ତ ମନ୍ତ୍ରୀ
ଭୁବନେଶ୍ୱର,୬/୧୧, //TATKAL ODISHA//:
ପାଞ୍ଚ ବର୍ଷରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ ବୋଲି ବୋଲି ଓଡ଼ିଶାର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି I
ଗୁରୁବାର ଜନତା ମୈଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗର ନିମନ୍ତ୍ରଣ କ୍ରମେ ଭାରତୀୟ ସଡ଼କ କଂଗ୍ରେସ (ଆଇଆରସି)ର 84ତମ ବାର୍ଷିକ ଅଧିବେଶନ 7 ରୁ 10 ନଭେମ୍ବର 2025 ପର୍ଯ୍ୟନ୍ତ ଭୁବନେଶ୍ୱର ଆୟୋଜିତ ହେଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏହା ଉଦଘାଟନ କରିବେ I
ସମ୍ମିଳନୀରେ ଦେଶ ଓ ବିଦେଶରୁ ମୋଟ ୩.୫ ହଜାର ପ୍ରତିନିଧି ଯୋଗ ଦେବେ: ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶରେ ସଡ଼କ ଭିତ୍ତିଭୂମିର ବିକାଶ ତଥା ଏନେଇ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଆଇଆରସି ଭଳି ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି I ଏହି ସମ୍ମିଳନୀ ଇଞ୍ଜିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତ୍ତିଗତ ଏବଂ ଶିକ୍ଷାବିତଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ I
ଏହି ଅଧିବେଶନର ବିଷୟବସ୍ତୁ ରହିଛି “ରାଜରାସ୍ତା ପ୍ରଯୁକ୍ତିବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି”।
ମନ୍ତ୍ରୀ କହିଛନ୍ତି ଯେ,ଭାରତୀୟ ସଡ଼କ କଂଗ୍ରେସ (ଆଇଆରସି) ଦେଶର ସଡ଼କ ଇଞ୍ଜିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତ୍ତିଗତ ସଂଗଠନ ଭାବରେ କାର୍ଯ୍ୟ କରୁଛି I କେନ୍ଦ୍ର ଏବଂ ରାଜ୍ୟସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଂଶ୍ଲିଷ୍ଟ I ସେଇ ସଂସ୍ଥା ଗୁଡିକ ହେଉଛି ଏନ ଏଚ ଏ ଆଇ, ଏମ ଓ ୟୁ ଡି, ବ୍ରୋ, ଏମ ଇ ଏସ, ଏନ ଆର ଆଇ ଡି ଏ, ଏନ ଏଚ ଆଇ ଡି ସି ଏଲ, ଏମ ଓ ଆର ଡି ବ୍ୟତିରେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପବ୍ଲିକ୍ ୱାର୍କସ୍ ବିଭାଗ, ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଆଇଆଇଟି, ଇଞ୍ଜିନିୟରିଂ କଲେଜ, ଗବେଷଣା ସଂଗଠନ, ଠିକାଦାର ସଂସ୍ଥା ସମ୍ପୃକ୍ତ। ଏହାର ଲକ୍ଷ୍ୟ ହେଉଛି ସାରା ଦେଶରେ ରାସ୍ତା, ସେତୁ ଏବଂ ସୁଡ଼ଙ୍ଗର ଯୋଜନା, ଡିଜାଇନ୍, ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ଉଦୀୟମାନ କୌଶଳକୁ ପ୍ରୋତ୍ସାହିତ ଏବଂ ପ୍ରସାରିତ କରିବା ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
