02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।କୁର୍ୟାଦ୍ ବିଦ୍ୱାଂସ୍ତଥାସକ୍ତଶ୍ଚିକୀର୍ଷୁର୍ଲୋକସଂଗ୍ରହମ୍ ॥

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୨୫ ଶ୍ଳୋକ :

ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।
କୁର୍ୟାଦ୍ ବିଦ୍ୱାଂସ୍ତଥାସକ୍ତଶ୍ଚିକୀର୍ଷୁର୍ଲୋକସଂଗ୍ରହମ୍ ॥

ହେ ଭାରତ (ଅର୍ଜୁନ) ! ଯେପରି ଅଜ୍ଞାନୀ ଲୋକମାନେ କର୍ମରେ ଆସକ୍ତ ହୋଇ କାମ କରନ୍ତି, ସେପରି ଜ୍ଞାନୀ ଲୋକମାନେ ମଧ୍ୟ ଆସକ୍ତିହୀନ ହୋଇ, ଲୋକମଙ୍ଗଳ ପାଇଁ କର୍ମ କରିବା ଉଚିତ ।
ଅଜ୍ଞାନୀ ବ୍ୟକ୍ତି କର୍ମ କରେ ନିଜ ସ୍ୱାର୍ଥ ସାଧନ ପାଇଁ । ତାହାର ଲକ୍ଷ୍ୟ ହେଉଛି ଫଳପ୍ରାପ୍ତି, ପଦ, ପ୍ରତିଷ୍ଠା କିମ୍ବା ଭୋଗ । ତାହାର କର୍ମରେ ଆସକ୍ତି ରହିଥାଏ । କିନ୍ତୁ ଜ୍ଞାନୀ ବ୍ୟକ୍ତି ଆତ୍ମତତ୍ତ୍ୱକୁ ଅନୁଭବ କରିଥାନ୍ତି; ସେ ଜାଣନ୍ତି ଯେ କର୍ମର ଫଳ ଅସ୍ଥାୟୀ । ତେଣୁ ସେ କର୍ମରେ ବ୍ୟାପୃତ ରହିଲେ ମଧ୍ୟ ଫଳାସକ୍ତିରୁ ମୁକ୍ତ ରହନ୍ତି । ବାହ୍ୟ ଭାବରେ ଦୁହେଁ କାମ କରୁଥିବା ଦେଖାଯାଏ, କିନ୍ତୁ ମନୋଭାବରେ ପାର୍ଥକ୍ୟ ରହିଥାଏ । ଜ୍ଞାନୀ ବ୍ୟକ୍ତି ଯଦି କର୍ମ ତ୍ୟାଗ କରିଦିଅନ୍ତି, ତେବେ ସାଧାରଣ ଲୋକମାନେ ତାଙ୍କୁ ଅନୁସରଣ କରି ଅକର୍ମଣ୍ୟତାରେ ପଡ଼ିପାରନ୍ତି । ତେଣୁ ଜ୍ଞାନୀ ବ୍ୟକ୍ତି ସ୍ୱୟଂ ନିଷ୍କାମ ଭାବରେ କର୍ମ କରି ସମାଜ ପାଇଁ ଆଦର୍ଶ ସୃଷ୍ଟି କରନ୍ତି । ତାଙ୍କର କର୍ମ ବ୍ୟକ୍ତିଗତ ନୁହେଁ, ସାମୂହିକ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ।

Oplus_16908288


ଆମେ ସବୁ ନିଜ ନିଜର କର୍ମକ୍ଷେତ୍ରରେ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଉତ୍ସାହ ଓ ରୁଚି ସହ କର୍ମ କରିଥାଉ । ଜଣେ ସାଧାରଣ ମନୁଷ୍ୟ ନିରନ୍ତର କର୍ମର ଚାପରେ ଅଥବା ଚିନ୍ତାରେ ନିଜକୁ କ୍ଲାନ୍ତ କରି କ୍ଷୀଣ କରିଦିଏ । ଶାରରୀକ ସ୍ୱାସ୍ଥ୍ୟ, ଋତୁ ପରିବର୍ତ୍ତନ ଜନିତ କଷ୍ଟ ତଥା ଜୀବନର ଅନ୍ୟ ସୁଖଦୁଃଖଗୁଡିକୁ ଚିନ୍ତା ନ କରି ଅଧିକରୁ ଅଧିକ ଧାନ ଉପାର୍ଜନ କରି ସେଗୁଡିକୁ ଉପଭୋଗ କରିବା ପାଇଁ ପ୍ରଯତ୍ନଶୀଳ ରହେ । ସେହିପରି ଜଣେ ଆତ୍ମଜ୍ଞାନୀ ପୁରୁଷ ମଧ୍ୟ ଅଜ୍ଞାନୀ ସଦୃଶ ଉତ୍ସାହପୁର୍ବକ ଅକ୍ଲାନ୍ତ ପରିଶ୍ରମ କରେ । ଉଭୟଙ୍କ କାର୍ଯ୍ୟରେ ଏକମାତ୍ର ଅନ୍ତର ହେଉଛି କି ଅଜ୍ଞାନୀ କର୍ମ ଫଳଗୁଡିକରେ ଆସକ୍ତ ହୋଇ କର୍ମ କରେ, କିନ୍ତୁ ଜ୍ଞାନୀ ପୂର୍ଣ୍ଣତଃ ଅନାସକ୍ତ ହୋଇ କେବଳ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ କର୍ମରତ ରହେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply