ରାଜ୍ୟରେ ଅଭିବୃଦ୍ଧି ହାର ୭.୯%କୁ ବୃଦ୍ଧି ହେବା ଆକଳନ : ଅର୍ଥନୈତିକ ସର୍ଭେ ରିପୋର୍ଟ
1 min read
ଭୁବନେଶ୍ୱର //TATKAL ODISHA//
ଓଡ଼ିଶାର ମୁଣ୍ଡପିଛା ଆୟ ୧, ୮୬, ୭୭୧ ଟଙ୍କା ରହିଛି I ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭. ୯ % ହେବା ଆକଳନ ହୋଇଛି I କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆୟ ୧୯.୨ % ରହିଛି I
ଗୁରୁବାର ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୫-୨୬ ବିଧାନସଭାରେ ଉପସ୍ଥାପିତ ହୋଇଛି।ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାହା କରିଛନ୍ତି I
ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୬:’ବିକଶିତ ଭାରତ, ବିକଶିତ ଓଡ଼ିଶା’ ଲକ୍ଷ୍ୟ ସାଧନରେ କୃଷି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ … ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାରେ କୃଷି ଅଭିବୃଦ୍ଧି I
ଅର୍ଥ ନୈତିକ ସର୍ଭେ ରିପୋର୍ଟ (୨୦୨୫-୨୬)ର ମୁଖ୍ୟ ବିନ୍ଦୁ:
- କୃଷି କ୍ଷେତ୍ର: ଭିଜନ ୨୦୩୬ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାରେ କୃଷି ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ I
- ଲକ୍ଷ୍ୟ: ଏହି ରିପୋର୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ ଇଂଜିନ ହେବ ଓଡ଼ିଶା ଲକ୍ଷ୍ୟ I
ଏହି ରିପୋର୍ଟ ସାମଗ୍ରିକ ଅର୍ଥନୈତିକ ସ୍ଥିତି ଏବଂ ଭବିଷ୍ୟତର ଆର୍ଥିକ ଯୋଜନା ବିଷୟରେ ସୂଚନା ପ୍ରଦାନ କରେ।




