tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପଶ୍ଚିମବଙ୍ଗ, ଆସାମ,ପୁଡ଼ୁଚେରୀ ହାତେଇଲା ବିଜେପି : କେରଳମ ୟୁଡିଫ, ତାମିଲନାଡୁରେ ଟିଭିକେ

1 min read

Oplus_16908288

  • ଶେଷ ଗଣତି ପରେ ଚୂଡାନ୍ତ ଫଳ ଖୁବଶୀଘ୍ର

ନୂଆଦିଲ୍ଲୀ, କୋଲକାତା, ଗୌହାଟି, ଚେନ୍ନାଇ //TATKAL ODISHA //

ପଶ୍ଚିମବଙ୍ଗ, କେରଳମ୍,ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡ଼ୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ ଗଣତିର ଫଳ ପ୍ରକାଶ ପାଇଛି I ପଶ୍ଚିମବଙ୍ଗ ଓ ପୁଡ଼ୁଚେରିରେ ବିଜେପି ବାଜିମାରିଥିବା ବେଳେ ତାମିଲନାଡୁରେ ଟିଭିକେ ଓ କେରଳମରେ କଂଗ୍ରେସ ନେତୃତ୍ବାଧୀନ ଯୁଡିଏଫ କ୍ଷମାତାସୀନ ହେବାକୁ ଯାଉଛି I

ଗଣତି ଚାଲିଛି I ଚୂଡାନ୍ତ ଫଳ ଖୁବଶୀଘ୍ର ପ୍ରକାଶ ପାଇବ. ..

ପଶ୍ଚିମବଙ୍ଗ ନିର୍ବାଚନ

ପଶ୍ଚିମବଙ୍ଗ 

  • ବିଜେପି  –୧୯୭
  • ଟିଏମସି -୯୧
  • ଅନ୍ୟାନ୍ୟ –
  • କଂଗ୍ରେସ -୦
  • ମୋଟ ଆସନ -୨୯୪

ପଶ୍ଚିମବଙ୍ଗର ୭୭ଟି ମତଗଣନା କେନ୍ଦ୍ରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ୨୯୩ଟି ନିର୍ବାଚନମଣ୍ଡଳୀର ଭୋଟ ଗଣତି ହୋଇଛି । 

Oplus_16908288

ତାମିଲନାଡୁ 

  • ଟିଭିକେ -୧୦୫
  • ଡ଼ିଏମକେ -୫୬
  • ଏଆଇଡ଼ିଏମକେ -୭୩
  • ଅନ୍ୟାନ୍ୟ – ୦
  • ମୋଟ ଆସନ -୨୩୪

 ତାମିଲନାଡୁରେ ୪,୬୨୪ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ସହାୟତାରେ ମୋଟ ୧୦,୫୪୫ କର୍ମଚାରୀ ଭୋଟ ଗଣତି ପାଇଁ ନିୟୋଜିତ ହୋଇଛନ୍ତି | ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏଁ କରି ୨୩୪ ଜଣ ଗଣତି ପର୍ଯ୍ୟବେକ୍ଷକ ଏହି ପ୍ରକ୍ରିୟାର ତଦାରଖ କରିଛନ୍ତି I 

ଆସାମ

ଆସାମ 

  • ଏନଡିଏ -୯୮
  • ଇଣ୍ଡି  -୨୫
  • ଅନ୍ୟାନ୍ୟ -୩
  • ମୋଟ ଆସନ -୧୨୬

କଡ଼ା ସୁରକ୍ଷା ମଧ୍ୟରେ ଆସାମର  ୩୫ଟି ଜିଲ୍ଲାର ୧୨୬ଟି ଆସନ ପାଇଁ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହୋଇଛି | ରାଜ୍ୟରେ ଜଣ ମହିଳାଙ୍କ ସମେତ ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି I 

କେରଳମ 

  • ଏଲଡିଏଫ -୩୯
  • ଯୁଡ଼ିଫ – ୯୫
  • ଅନ୍ୟାନ୍ୟ -୦
  • ମୋଟ ଆସନ -୧୪୦

 କେରଳମ୍‌ର ସମସ୍ତ ୧୪୦ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣନା ସକା ସକାଳ ୮ଟାରୁ ଆରମ୍ଭ ହୋଇ ଫଳ ପ୍ରକାଶ ପାଇଛି I 

ପୁଡ଼ୁଚେରୀ 

  • ବିଜେପି -୧୫
  • କଂଗ୍ରେସ – ୧୧
  • ଅନ୍ୟାନ୍ୟ -୩
  • ମୋଟ ଆସନ – ୩୦

 ପୁଡୁଚେରୀରେ ଭୋଟ ଗଣଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share

Leave a Reply