tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶା ପୁଣି ଗର୍ବିତ : ଡ଼. ଜଗନ୍ନାଥ ନାୟକ ଡିଆରଡିଓ (DGMSS)ର ମହାନିର୍ଦେଶକ

1 min read

ଭୁବନେଶ୍ୱର, ଜଗତସିଂହପୁର //TATKAL ODISHA //

ଆଉ ଜଣେ ଓଡ଼ିଆ ବୈଜ୍ଞାନିକ ଜାତୀୟ ସ୍ତରରେ ସଫଳତା ପାଇଛନ୍ତି I

ଓଡ଼ିଆର ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକ ଅନ୍ତର୍ଗତ ଅରଖକୁଦ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ଭାରତର ବିଶିଷ୍ଟ ବୈଜ୍ଞାନିକ ଡ଼. ଜଗନ୍ନାଥ ନାୟକ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ବା ଡିଆରଡିଓ (DGMSS)ର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି I

ତାଙ୍କ ନେତୃତ୍ୱରେ ଭାରତର ପ୍ରତିରକ୍ଷା ଗବେଷଣା, ମିସାଇଲ ଏବଂ କୌଶଳଗତ ପ୍ରଯୁକ୍ତି ଆହୁରି ନୂତନ ଉଚ୍ଚତାରେ ପହଞ୍ଚିବ ନାୟକଙ୍କ ଶୁଭେଛୁ ଆଶା ବ୍ୟକ୍ତ କରିଛନ୍ତି I

ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି ଯେ, ଡ ଜଗନ୍ନାଥ ନାୟକଙ୍କ ସଫଳତା ସମଗ୍ର ଓଡ଼ିଶା, ବିଶେଷକରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ଏହାହିଁ ଆମର ଶୁଭକାମନା।
ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟକାଳ ପାଇଁ ଅନେକ ଅନେକ ଶୁଭେଚ୍ଛା।”

Share

Leave a Reply