ଓଡ଼ିଶାର ୧୦୮ ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରାଯାଉ
1 min read
- କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,//TATKAL ODISHA//
ଓଡ଼ିଶାର ବିଭିନ୍ନ ପଛୁଆ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ସେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।
ଦେଖନ୍ତୁ ଧର୍ମେନ୍ଦ୍ର ଦେଇଥିବା ଚିଠି…

ଶ୍ରୀ ପ୍ରଧାନ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ଏହି ସମ୍ପ୍ରଦାୟଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ମାନ୍ୟତା ପାଇଥିଲେ ମଧ୍ୟ କେନ୍ଦ୍ରୀୟ ତାଲିକାରେ ସ୍ଥାନ ପାଇନାହାଁନ୍ତି । ଏହି ଅସଙ୍ଗତି କାରଣରୁ ଏହି ବର୍ଗର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଏସଇବିସି ବର୍ଗର ଲୋକମାନଙ୍କ ସଂଖ୍ୟା ଅଧିକ । ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରରେ ସ୍ଥାନ ସଂରକ୍ଷଣ ଓ କଲ୍ୟାଣକାରୀ ଯୋଜନାର ସୁବିଧା ମିଳିପାରିବ, ଯାହା ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ ।
“ଖଣ୍ଡାୟତ, ପ୍ରଧାନ, ଚଷା, ପାଇକ, ମହାନ୍ତି, ଗଉଡ଼, ବଣିଆ, ତେଲି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ କରାଯାଉ”
ଶ୍ରୀ ପ୍ରଧାନ ତାଙ୍କ ପତ୍ର ସହ ସଂଲଗ୍ନ ୧୦୮ଟି ସମ୍ପ୍ରଦାୟର ଏକ ସବିଶେଷ ତାଲିକା ପ୍ରଦାନ କରିଛନ୍ତି । ଏଥିରେ ଖଣ୍ଡାୟତ, ପ୍ରଧାନ, ଚଷା ପାଇକ, ମହାନ୍ତି, ଗଉଡ଼, ବଣିଆ, ଏବଂ ତେଲି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ସମ୍ପ୍ରଦାୟଗୁଡ଼ିକର ଶିକ୍ଷାଗତ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ପ୍ରକାଶ ଥାଉକି, ଗତକାଲି ଶ୍ରୀ ପ୍ରଧାନ ଏ ସଂକ୍ରାନ୍ତରେ ତଥା ଏସଇବିସି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଥିଲେ ।
“ଓଡ଼ିଶାର କେଉଁ କେଉଁ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି”.. ଦେଖନ୍ତୁ ତାଲିକା…
- Barai,
- Bania,
- Putulbandha Vasya,
- Vasya Bania,
- Vashya,
- Vaishya,
- Vashya Bania,
- Vaishya Banik,
- Vashya Banik,
- Vaishya Banik,
- Potali Bania,
- Gandha Banik,
- Vaishya Putuli Bania,
- Patidar Bania,
- Podar Bania,
- Subarna Banik,
- Sunari Bania,
- Sunari Banik,
- Subarna Bania,
- Astolohi Bania,
- Swarnakar Bania,
- Baisya Astaloi Karmakar,
- Pradhan,
- Padhan,
- Odapadhan,
- Jhadua Gouda,
- Naria Gouda,
- Bashya Gopa,
- Mahabhoi,
- Gendu,
- Nepalis,
- Gorkha,
- Mahakul,
- Mahakud,
- Gopal Baishnab,
- Kalanjia Gouda,
- Karanjia Gouda,
- Jyotish Abadhan,
- Jyotish Nayak,
- Khandal,
- Khandual,
- Gagulakapu,
- Kapu,
- Kampo,
- Reddy,
- Nagavasam,
- Mahisya,
- Saunties,
- Mahesh,
- Maheshya,
- Paltan,
- Khandayat,
- Oda Khandayat
- Paikali Khandayat,
- Kalinga Sudra Khandayat,
- Mahanayak Sudra,
- Baisya Karan,
- Odia,
- Odia Khandayat,
- Mahanayak,
- Mahalayak,
- Chasa Mohanty,
- Mahanty,
- Ashini Patara,
- Rana,
- Rajo,
- Sinko,
- Ekdas Teli,
- Tailik Baishya,
- Teloga,
- Mahanta,
- Mahat,
- Khandayat Kalanji,
- Odra Khandayat Kalanji,
- Kalinga,
- Dalapati,
- Dalua,
- Rajashi Balasi,
- Balasi,
- Dalakhandayat,
- Dalua Paika,
- Kshitibansa,
- Matibansha Ojha,
- Kshitibansha Nayak,
- Matibansha Abadhan,
- Khuria,
- Ellama,
- Banka,
- Pallia,
- Agnikula Kshatriya,
- Bangadesiya Tambili,
- Tamila,
- Tambila,
- Sagua,
- Gandhamali,
- 96.
- Thanapati,
- Haladia Teli,
- Hansi Tanti,
- Oda Paiko,
- Oda Paika,
- Chasa Paiko,
- Oda,
- Baraji,
- Baroi,
- Baraji Bangali,
- Barohi,
- Kapadia,
- Khatti-Khatti.
